ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ନବଜାତ ଶିଶୁଙ୍କୁ ମିଳିବ ସୁନା ମୁଦି

ନୂଆଦିଲ୍ଳୀ : ଭାରତୀୟ ଜନତା ପାର୍ଟିର ତାମିଲନାଡୁ ୟୁନିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ବେଶ୍ ଧୁମଧାମରେ ପାଳନ କରିବା ନେଇ ଯୋଜନା ପ୍ରସ୍ତୁତ କରିଛି । ନବଜାତ ଶିଶୁମାନଙ୍କୁ ସୁନା ମୁଦି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟାନ୍ୟ ଯୋଜନା ସହ ଏହି ଅବସରରେ ୭୨୦ କିଲୋଗ୍ରାମ ମାଛ ବଣ୍ଟନ ମଧ୍ୟ ସାମିଲ୍‌ ହୋଇଛି। ମତ୍ସ୍ୟ ପାଳନ ଏବଂ ସୂଚନା ବା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ୍ ମୁରୁଗନ୍ କହିଛନ୍ତି କି – ଆମେ ଚେନ୍ନାଇ ସ୍ଥିତ ସରକାରୀ ଆରଏସଆରଏମ୍ ହସ୍ପିଟାଲକୁ ଚୟନ କରିଛୁ । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ସମସ୍ତ ଶିଶୁଙ୍କୁ ସୁନା ମୁଦି ଦିଆଯିବ।

ମୁଦି ବଣ୍ଟନ କାର୍ଯ୍ୟକ୍ରମରେ ଜଡିତ ଖର୍ଚ୍ଚ ବିଷୟରେ ମୁରୁଗାନଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ ପ୍ରତ୍ୟେକ ମୁଦି ପ୍ରାୟ ୨ ଗ୍ରାମ ସୁନା ହେବ। ଯାହାର ମୂଲ୍ୟ ୫୦୦୦ ଟଙ୍କା ହୋଇପାରେ। ଏହା ମାଧ୍ୟମରେ ଆମେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ସ୍ୱାଗତ କରିବାକୁ ଚାହୁଁଛୁ। ଏନେଇ ବିଜେପିର ଲୋକାଲ୍‌ ୟୁନିଟ୍‌ର ଅନୁମାନ କି ହସ୍ପିଟାଲ୍‌ରେ ୧୭ ସେପ୍ଟେମ୍ବରରୁ ୧୦-୧୫ ଶିଶୁ ଜନ୍ମ ହୋଇପାରନ୍ତି।

୭୨୦ କିଲୋ ମାଛ ବାଣ୍ଟନ ଯୋଜନା-

ଏହି ଅବସରରେ ଦକ୍ଷିଣ ରାଜ୍ୟ ଅନନ୍ୟ ଯୋଜନା ପ୍ରସ୍ତୁତ କରିଛି। ମତ୍ସ୍ୟ ମନ୍ତ୍ରୀ କହିଛନ୍ତି ୭୨୦ କିଲୋଗ୍ରାମ ମାଛ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ନିର୍ବାଚନମଣ୍ଡଳୀକୁ ଚୟନ କରାଯାଇଛି । ଆମେ ଜାଣୁ ପିଏମ୍‌ ମୋଦି ଶାକାହାରୀ । ବାସ୍ତବରେ ମୋଦୀ ଏଥର ୭୨ ବର୍ଷରେ ପଦାର୍ପଣ କରୁଛନ୍ତି। ତେଣୁ ୭୨୦ ସଂଖ୍ୟାକୁ ଚୟନ କରାଯାଇଛି।

ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ସେପ୍ଟେମ୍ବର ୧୭ରୁ ଅକ୍ଟୋବର୨ ପର୍ଯ୍ୟନ୍ତ ‘ସେବା ପାଖୱାଡେ’ ପାଳନ କରିବ। ଏହି ସମୟରେ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ରକ୍ତଦାନ ଶିବିର ଆୟୋଜନ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ ।ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଆଦେଶ ଗୁପ୍ତା କହିଛନ୍ତି ଯେ ଏହି ଅବସରରେ ଏକ ସ୍ୱତନ୍ତ୍ର ଦୌଡ଼ର ଆୟୋଜନ କରାଯିବ। ଅକ୍ଟୋବର ୧୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ଦୌଡ ପାଇଁ ପତାକା ଦେଖାଇବେ। ସହରର ସମସ୍ତ ବସ୍ତିରୁ ପ୍ରାୟ ୧୦,୦୦୦ପିଲା ଏବଂ ଯୁବକ ଏହି ଦୌଡ଼ରେ ଅଂଶଗ୍ରହଣ କରିବେ

Related Posts