ଉତ୍ତରାଖଣ୍ଡରେ ଓଲଟିଲା ସ୍କୁଲ ବସ୍‌; ୨ ଛାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରାଖଣ୍ଡର ସିତାରଗଞ୍ଜରେ ଏକ ସ୍କୁଲ ବସ୍ ଓଲଟିବା କାରଣରୁ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନେକ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ୫୧ ଜଣ ଛାତ୍ରୀ ଓ ୭ ଜଣ ସ୍କୁଲ କର୍ମଚାରୀ ଥିଲେ। ପୋଲିସର ତଦନ୍ତ ଅନୁସାରେ, ବସ୍‌ ଡ୍ରାଇଭର ରଙ୍ଗ୍‌ ସାଇଡ୍‌ରେ ଯାଉଥିବା ବେଳେ ଏକ ଟ୍ରକ୍ ସହିତ ମାଡ ହୋଇଥିଲା ଫଳରେ ବସ୍‌ଟି ଓଲଟି ପଡିଥିଲା। ଅନ୍ୟପକ୍ଷେ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ଦୁର୍ଘଟଣା ନେଇ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ବୈଧରାମ ସୁଧି ସିଂହ ଗାର୍ଲସ ହାଇସ୍କୁଲର ବସ୍‌ ଦୁର୍ଘଟଣାଗସ୍ତ ହେବାର ଦୁଃଖଦ ଖବର ଶୁଣି ଖୁବ୍ ମର୍ମାହତ। ଦୁର୍ଘଟଣାରେ ୨ ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଛି। ପ୍ରଶାସନ ଆହତଙ୍କ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ ପଠାଇଛି।

ସୂଚନା ଅନୁସାରେ, ଆଜି ଶିଶୁ ଦିବସ ଅବସରରେ ନାନକମାତା ଗୁରୁଦ୍ବାରା ବୁଲିବା ପାଇଁ ଛାତ୍ରଛାତ୍ରୀଙ୍କ ନିଆଯାଇଥିଲା। ସିତାରଗଞ୍ଜରେ ବସ୍‌ ହଠାତ ଓଲଟିବା କାରଣରୁ ଏହି ଦୁର୍ଘଟଣା ହୋଇଥିଲା। ବସ୍‌ରେ ୫୧ ଜଣ ଛାତ୍ରୀ ଥିଲେ। ଘଟଣାସ୍ଥଳରେ ଜିଲ୍ଲା ଓ ପୋଲିସ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

Related Posts