ଆପର ଟିକଟ ପାଇବା ଆଶାରେ ଆମେରିକୀୟ ନାଗରିକତା ଛାଡ଼ିଥିଲେ କିନ୍ତୁ ତାଙ୍କୁ ମିଳିନଥିଲା ହେଲେ ପାଞ୍ଚ ବର୍ଷ ପରେ ସେ ଅକାଳୀ ଦଳର ପ୍ରାର୍ଥୀ ହୋଇ ନିର୍ବାଚନୀ ମଇଦାକୁ ଓହ୍ଲାଇଛନ୍ତି

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେପଟେ ରାଜନୈତିକ ଦଳମାନେ ନିଜ ନିଜର ପ୍ରାର୍ଥୀଙ୍କ ତାଲିକା ମଧ୍ୟ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା । ତେବେ ୨୦୧୭ ମସିହା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିବା ପାଇଁ ମନଜିତ ସିଂ ଦାସୁୟା ବିଦେଶ ଛାଡ଼ି ସ୍ୱଦେଶକୁ ଆସିଥିଲେ । ଏପରିକି ୨୦୧୭ ବିଧାନସଭା ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଶାରେ ସେ ଆମେରିକାର ନାଗରିକତ୍ୱ ମଧ୍ୟ ଛାଡିଥିଲେ। କିନ୍ତୁ ଏପରି ହୋଇ ନଥିଲା । ଏ ଖବର ସାମ୍ନାକୁ ଆସିଲା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ ମନଜିତ ସିଂ ୫ ବର୍ଷ ପୂର୍ବେ ନିଜର ଆମେରିକୀୟ ପାସପୋର୍ଟକୁ ମଧ୍ୟ ଆତ୍ମସମର୍ପଣ କରିଥିଲେ । କିନ୍ତୁ ସେ ୨୦୧୭ ରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ। ତାଙ୍କ ପରିବାରରେ ଜଣେ ଝିଅ ଏବଂ ଦୁଇ ପୁଅ ଅଛନ୍ତି । ଯେଉଁମାନେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ମଞ୍ଜିତ ସିଂଙ୍କ ପତ୍ନୀ ଆମେରିକାର ଗ୍ରୀନ୍ କାର୍ଡ ଧାରକ।

୬୮ ବର୍ଷିୟ ମନଜିତ ସିଂହ ଗୋଟିଏ ରିସୋର୍ଟର ମାଲିକ ମଧ୍ୟ କିନ୍ତୁ ସେ କରିଥିବାର ଭୁଲକୁ ଭାବି ବର୍ତ୍ତମାନ ସେ ଅନୁତାପ କରିବାରେ ଲାଗିଛନ୍ତି । ଯାହା ୫ ବର୍ଷ ପୂର୍ବେ ପରିବାରଠାରୁ ଅଲଗା ହୋଇଯାଇଥିଲା । ହେଲେ ବର୍ତ୍ତମାନ ମନଜିତ ସିଂ ରାଜନୈତିକ ମଇଦାକୁ ଓହ୍ଲାଇବାକୁ ଯାଉଛନ୍ତି । ତେବେ ଆମ ଆଦମି ପାର୍ଟିର ପ୍ରାର୍ଥୀ ଭାବରେ ସେ ପ୍ରତିଦ୍ୱନ୍ଦିତା କରୁନାହାନ୍ତି ବରଂ ଶିରୋମଣି ଅକାଳି ଦଳ ଟିକେଟରେ ସେ ଏଥର ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେପଟେ ଏହି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହେଉଛନ୍ତି ସଙ୍ଗତ ସିଂ ଗିଲଜିଆନ୍ । ଯିଏ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ଏବଂ ୨୦୧୭ ରେ ଏହି ଆସନ ଜିତିଥିଲେ। ଶିରୋମଣି ଅକାଳୀ ଦଳ ସହଯୋଗୀ ବିଏସପି ଲକ୍ଷ୍ମୀନ୍ଦର ସିଂଙ୍କୁ ଉର୍ମର ପ୍ରାର୍ଥୀ ବୋଲି ଘୋଷଣା କରିଛି। ଯେତେବେଳେ କି ଆମ ଆଦମି ପାର୍ଟିର ପ୍ରାର୍ଥୀ ହେଉଛନ୍ତି ଜଶବୀର ସିଂ ଗିଲ ଅଛନ୍ତି ।

ଯିଏକି ଉର୍ମରରୁ ୨୦୧୭ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନ ଅଧିକାର କରିଥିଲେ । ମନଜିତ ସିଂଙ୍କ ଅନୁଯାୟୀ, ୩୫ ବର୍ଷ ପୂର୍ବେ ସେ ଆମେରିକା ଯାଇ ଶିରୋମଣି ଅକାଳି ଦଳର ଉତ୍ତର ଆମେରିକା ୱିଙ୍ଗର ମୁଖ୍ୟ ରହିଥିଲେ। ଏହା ପରେ ମଧ୍ୟ ସେ ଅକାଳି ଦଳ ସହ ଜଡିତ ଥିବା ସେ ଦାବି କରିଛନ୍ତି। କିନ୍ତୁ ୨୦୧୫ ରେ, ଯେତେବେଳେ ଅକାଳୀ ଦଳ କ୍ଷମତାରେ ଥିଲେ, ବଳିଦାନ ଘଟଣା ଯୋଗୁଁ ସେ ଦଳ ଛାଡିଥିଲେ ବୋଲି କହିଛନ୍ତି ।

Related Posts