(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ମହାମାରୀର ଦ୍ୱିତୀୟ ଲହର ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଅନେକ ଲୋକ ନିଜ ପରିବାର ସଦସ୍ୟଙ୍କୁ ହରାଇଛନ୍ତି। ଏଭଳି ପରିସ୍ଥିତିରେ କର୍ଣ୍ଣାଟକର ଜଣେ ମନ୍ତ୍ରୀ ମୃତକଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତେବେ ଏହା ମଧ୍ୟରେ କର୍ଣ୍ଣାଟକ ସରକାରର ଜଣେ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ତାଙ୍କ ବିଧାନସଭା କ୍ଷେତ୍ରରେ କରୋନାରେ ପ୍ରାଣ ହରାଇଥିବା ୧୮ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବେ। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ବିସି ପାଟିଲ ହିରେକେରୁ ଓ ରତିହାଲ୍ଲୀ ନିର୍ବାଚନ କ୍ଷେତ୍ରରେ କରୋନାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ପଚାଶ ହଜାର ଟଙ୍କା ସହାୟତା ଦେବେ । ଏହାପୂର୍ବରୁ ଛତିଶଗଡ଼ ଓ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ କରୋନାରେ ଯେଉଁ ମାନେ ପିତାମାତା ହରାଇଛନ୍ତି ସେମାନଙ୍କୁ ମାଗଣା ଶିକ୍ଷା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ। ଅପରପକ୍ଷେ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି ଯେ କରୋନାରେ ଯେଉଁ ମାନେ ପିତାମାତା ହରାଇଛନ୍ତି ସେମାନଙ୍କୁ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ପେନ୍ସନ୍ ଦିଆଯିବ। ଏହା ବ୍ୟତୀତ ସେମାନଙ୍କ ପାଇଁ ମାଗଣା ଶିକ୍ଷା ଏବଂ ପରିବାର ପାଇଁ ମାଗଣା ରାସନ ମଧ୍ୟ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ କର୍ଣ୍ଣାଟକରେ କରୋନାର ଆତଙ୍କ ଜାରି ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ୩୦ ହଜାର ଅତିକ୍ରମ କରିସାରିଛି । ଏଥିରେ ୧୫ ଲକ୍ଷ ୧୦ହଜାର ଲୋକ ମହାମାରୀରୁ ସୁସ୍ଥ ହୋଇସାରିଛନ୍ତି । ୨୧ହଜାର ୮୫ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।
Related Posts