ଓଡିଶା ସରକାରଙ୍କର କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୁଚକାଳି ଖେଳ – ଗରିବ ଲୋକଙ୍କୁ କାଳ

ନବୀନ ନନ୍ଦ

ପୁର୍ବତନ ବିଧାୟକ

ଏବେ ଦୁଇଦିନ ତଳେ ସମ୍ବାଦ ର ସମ୍ପାଦକ ତଥା  ବର୍ତମାନ ର ସରକାରୀ ଦଳ ର ଆଗଧାଡି  ର ବିଧାୟକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟନାୟକ ଙ୍କ ଦ୍ୱାରା ସମ୍ପାଦିତ ଦୈନିକ ସମ୍ବାଦ ରେ “ଆମ ଘର ର ହାଲ ଚାଲ ” ଶୀର୍ଷକ ରେ “ପ୍ରଥମ ଶ୍ରେଣୀରେ ପାସ କଲାପରେ ବି କପି” ଶୀର୍ଷକ ସମ୍ବାଦ ଟି ପଢି ପ୍ରଥମେ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି ।ଖୁବ ସାହସର ସହ ସେ ସରକାର ଙ୍କର ଦୋଷ ଦୁର୍ବଳତା କୁ ପଦାରେ ପକାଇବା ସହ ଗଠନ ମୁଳକ ପରାମର୍ଶ ଦେଇଛନ୍ତି । ଏହି ସମ୍ବାଦ କୁ ସରକାର ରେ ଥିବା “ବଡ଼ପଣ୍ଡା”ମାନେ କେତେଦୂର ହଜମ କରିବେ ତାହା ସମୟ କହିବ ।  ଏହିପରି ଭାବେ “ଧରିତ୍ରୀ” ର ସମ୍ପାଦକ ପୂର୍ବତନ ସାଂସଦ ଶ୍ରୀଯୁକ୍ତ ତଥାଗତ ଶତପଥୀ ଏହିପରି ଭାବରେ ସରକାର ଙ୍କର ଦୋଷ ଦୁର୍ବଳତା କୁ ଲୋକ ଲୋଚନ କୁ ଆଣୁଥିଲେ ।ଆଜି ସେ ଦଳରେ ଥାଇ ମଧ୍ୟ ନଥିଲା ଅବସ୍ଥାରେ ଅଛନ୍ତି । ସେହିପରି ଭାବରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସତକଥା କହିବାରୁ ଦଳରୁ ତଡା ଖାଇ ଏବେ ବିଜେପି ଦଳରେ ସାମିଲ ହୋଇଛନ୍ତି । ଦେଖିବାକୁ ଗଲେ ସମ୍ମାନୀୟ ସୌମ୍ୟ ବାବୁ ଯେଉଁ ସାହସ ଦେଖାଇଛନ୍ତି ତାକୁ ଧନ୍ୟବାଦ ଦେବାକୁ ପଡିବ । ଏବେ ଆସିବା ବେଳକୁ ବିଷୟ ବସ୍ତୁ କୁ । ବହୁତ କଥା ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏବେ ରାଜ୍ୟରେ ଯେଉଁ କ ରୋ ନା ର ମୃତ୍ୟୁ ର ଲହର ଚାଲିଛି ତାର  ପ୍ରକୃତ ସଂଖ୍ୟା କୁ ସରକାର ଗୋପନ ରଖିଛନ୍ତି । ଯଦି ଏହା ସତ୍ୟ ହୋଇ ଥାଏ ତେବେ ଅତ୍ୟନ୍ତ ସାଙ୍ଘାତିକ । ତଥ୍ୟ ଅନୁସାରେ ଓଡ଼ିଶାରେ  ଓଡ଼ିଶାରେ ପ୍ରଥମ ଓ ଦ୍ଵତୀୟ ଲହରରେ ରାଜ୍ୟ ରେ ମୃତ୍ୟୁ ସଂଖ୍ୟା ପଚାସ   ହଜାର ରୁ ଅଧିକା ହେବ । କିନ୍ତୁ ସରକାରୀ ହିସାବରେ ତାହା ପ୍ରାୟ ୪୦୦୦ ରୁ ସାମାନ୍ୟ ଅଧିକ । ଯଦି ଏହା ସତ୍ୟ ହୋଇଥାଏ ତେବେ ଆମ ରାଜ୍ୟର ହଜାର ହଜାର ଗରିବ ଲୋକ କେନ୍ଦ୍ରୀୟ ସାହାଯ୍ୟ ରୁ ବଂଚିତ ହେବେ । ମୋର ଯେତିକି ଧାରଣା ସୌମ୍ୟ ବାବୁ ଙ୍କର କଥାରେ ସତ୍ୟତା ନିଶ୍ଚୟ ଅଛି । କାରଣ ମୋର ନିଜ ର ୩୮ ବର୍ଷୀୟ ପୁଅ ଗତ ମେ ୨୨ତାରିଖରେ କଟକ ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ବରଣ କଲା । ତାର ଦେହବଶେଷ କୁ କୋଭିଡ ନିୟମ ଅନୁସାରେ କଟକ ସ୍ଥିତ ସତୀ ଚୌରା ସ୍ମ ଶା ନ ରେ ଦାହ କଲାବେଳେ ଆମର ସେହିଦିନ ର କ୍ରମିକ ସଂଖ୍ୟା ଥିଲା ୧୨୪। ଯଦି କଟକ ର ଗୋଟିଏ ସ୍ମଶାନ ରେ ଏତିକି ତେବେ କେବଳ କଟକରେ ୩ ଟି ସ୍ମଶାନ ରେ କେତେ ହୋଇଥିବ ? ସାରା ରାଜ୍ୟର ସ୍ମଶାନ ରେ କେତେ ହୋଇଥିବ ?  କିନ୍ତୁ ମୋର ଯାହା ମନେପଡେ ସେହି ଦିନର ସରକାରୀ ହିସାବ ୩୦ ଭଳିଆ ଥିଲା । ତେଣୁ ମୁଁ ସ୍ଥିର ନିଶ୍ଚିତ ଏହା ଭିତରେ କେଉଁଠି ନା କେଉଁଠି କିଛି ଗଡ଼ବଡ଼ ହୋଇଛି । କ ରୋ ନା ର ଏହି ଦ୍ବିତୀୟ ଲହର ରେ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ତ୍ୟସେବା ପାଇଁ ହଜାର ହଜାର ଲୋକ ପୋକ ମାଛି ଭଳି ମୃତ୍ୟୁ ବରଣ କରିଛନ୍ତି ଓ ଏବେ ବି ମରୁଛନ୍ତି । ରାଜ୍ୟ ସରକାର ଯେଭଳି ଭାବରେ ଯେପରି ପ୍ରକୃତ ମୃତ୍ୟୁ ସଂଖ୍ୟା କୁ ଲୁଚାଇ ଛନ୍ତି ତାର ପ୍ରକୃତ ହିସାବ କେବଳ ସ୍ମଶାନ ର ହିସାବ ରୁ ହିଁ ମିଳି ପାରିବ । ପ୍ରକୃତ ମୃତ୍ୟୁ ସଂଖ୍ୟା ଯଦି ନମିଳେ ତେବେ ରାଜ୍ୟର ହଜାର ହଜାର ଲୋକ ଙ୍କର ପରିବାର ନିଶ୍ଚିତ ଭାବରେ କେନ୍ଦ୍ର ସରକାର ଘୋଷଣା କରିବାକୁ ଥିବା ଅନୁଦାନରୁ ବଂଚିତ ହେବେ । ଯଦି ସେଭଳି ହୁଏ ତେବେ ଓଡ଼ିଶାର ଜନ ସାଧାରଣ ତାହା କିଭଳି ଗ୍ରହଣ କରିବେ ତାହା ସମୟ କହିବ।  

Related Posts