କଂଗ୍ରେସ କ୍ଷମତାକୁ ଆସଲେ ହିନ୍ଦୁମାନଙ୍କୁ ହିଜାବ ପିନ୍ଧିବାର ଆଇନ ଆଣିବ: କର୍ଣ୍ଣାଟକ ଶକ୍ତିମନ୍ତ୍ରୀ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): ହିଜାବକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ କର୍ଣ୍ଣାଟକ ଶକ୍ତିମନ୍ତ୍ରୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ସେ ହିନ୍ଦୁମାନଙ୍କୁ ହିଜାବ ପିନ୍ଧାଇବାର ଆଇନ ଆଣିବେ। ସିଦ୍ଧରମୈୟା ଓ କଂଗ୍ରେସକୁ ଏପରି ମାନସିକତା ତ୍ୟାଗ କରିଦେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ମଙ୍ଗଳବାର ଡିକେ ଶିବକୁମାର ତ୍ରିରଙ୍ଗା ହଟାଇବାର ମିଛ ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ମିଛ ବୟାନରେ ଅଟଳ ରହିଥିବା କହିଛନ୍ତି ସୁନିଲ କୁମାର । ସୂଚନାଥାଉକି କଂଗ୍ରସ ନେତା ଶିବକୁମାର ଟୁଇଟ କରି ଲେଖିଥିଲେ କର୍ଣ୍ଣାଟକ ଶିକ୍ଷାନୁଷ୍ଠାନର ସ୍ଥିତି ଅଣାୟତ୍ତ ହୋଇଯାଇଛି। ଶିବକୁମାର ସିମୋଗା ଜିଲ୍ଲାରେ ଏକ କଲେଜରେ ଗେରୁଆ ପତାକା ଲଗାଯାଇ ଥିବାର ନିନ୍ଦନୀୟ ଘଟଣା ବର୍ଣ୍ଣନା କରିଥିଲେ।

ସେ କହିଛନ୍ତି ଜାତୀୟ ପତାକା ଦେଶର ଗର୍ବ। ଏହାକୁ ହଟାଇ ଗେରୁଆ ପତାକା ଲଗାଯାଇଛି । ପୁରା ଦେଶ ଏବେ କର୍ଣ୍ଣାଟକକୁ ଦେଖୁଛି। ସେ ଏହି ଘଟଣାର ଭିଡିଓ ସେୟାର କରିବାକୁ କହିଛନ୍ତି । ଜାନୁଆରୀ ୦୧ ତାରିଖରୁ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଛି। ଯେତେବବେଳେ ୬ଜଣ ମୁସଲିମ ଛାତ୍ରୀଙ୍କୁ ହିଜାବ ପିନ୍ଧି କ୍ଲାସ କରିବାକୁ ମନାକରାଯାଇଥିଲା। କଲେଜ ପ୍ରଶାସନ ହିଜାବକୁ କଲେଜର ପୋଷାକ ନିୟମର ବିରୋଧୀ କହିଛନ୍ତି। ସେହି ଦିନଠାରୁ ଏହି ମାମଲାକୁ ନେଇ ସେଠାରେ ବିବାଦ ଲାଗି ରହିଛି।

Related Posts