ହୋଟେଲ କିମ୍ବା ରେସ୍ତୋରାଁରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ: ନିୟମ ଉଲ୍ଲଂଘନ କଲେ ଗ୍ରାହକ କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ ନିସ୍ପତି ନିଆଯାଇଛି | ଏଣିକି ଆଉ ହୋଟେଲ କିମ୍ବା ରେସ୍ତୋରାଁରେ ଗ୍ରାହକଙ୍କୁ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ | ଆଗରୁ ବାଏ ଡିଫଲ୍ଟ ଭାବେ ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଭିଡ଼ାଯାଉଥିବା ବେଳେ ଏବେ ଏଥିରେ ପରିବର୍ତନ କରାଯାଇଛି | ଏହି ନିୟମକୁ ହୋଟେଲ କର୍ତ୍ତୃପକ୍ଷ ଉଲ୍ଲଂଘନ କଲେ ଗ୍ରାହକଙ୍କୁ ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି। ଉପଭୋକ୍ତାଙ୍କ ଅଧିକାର ଉଲ୍ଲଂଘନ ନେଇ ବାରମ୍ବାର ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ସଂପର୍କରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛନ୍ତି ।

ଏଥିରେ କୁହାଯାଇଛି ଯେ ହୋଟେଲ କିମ୍ବା ରେସ୍ତୋରାଁ ନିଜର ଖାଦ୍ୟ ବିଲରେ ଆପେ ଆପେ ସର୍ଭିସ ଚାର୍ଜ ଯୋଗ କରିପାରିବେ ନାହିଁ। ପୁଣି ସର୍ଭିସ ଚାର୍ଜକୁ ଅନ୍ୟ କୌଣସି ପ୍ରକାରର ନାଁ ଦେଇ ମଧ୍ୟ ଆଦାୟ କରାଯାଇପାରିବ ନାହିଁ । ଗ୍ରାହକଙ୍କଠାରୁ ସର୍ଭିସ ଚାର୍ଜ ଆଦାୟ ପାଇଁ କୌଣସି ହୋଟେଲ ବା ରେସ୍ତୋରାଁ ବାଧ୍ୟ କରିପାରିବେ ନାହିଁ ।

Related Posts