ତେଜସ୍ୱୀ ଯାଦବଙ୍କୁ ବଡ଼ ଅଫର ଦେଲେ ଇନସାନ ପାର୍ଟି ସଭାପତି; କହିଲେ ଅଢ଼େଇ ବର୍ଷ ମୁଁ ଏବଂ ବାକି ଅଢ଼େଇ ବର୍ଷ ତମେ ହେବ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ବଡ଼ ଅଫର ଦେଲେ ଇନସାନ ପାର୍ଟି ସଭାପତି ମୁକେଶ ସାହାଣୀ । ସେପଟେ ମୁକେଶ ଏନଡିଏ ସହିତ ନରହିବାକୁ ନିଷ୍ପତ୍ତିି ନେଇସାରିଛନ୍ତି । ଏହି କାରଣରୁ ସେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଏକ ବଡ଼ ଅଫର ଦେଇଛନ୍ତି । କିନ୍ତୁ ଅଫର ଏକ ସର୍ତ୍ତ ସହ ଦେଇଛନ୍ତି । ତେବେ ଆମେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରସ୍ତୁତ କରିବାକୁ ରାଜି କିନ୍ତୁ କେବଳ ଅଢ଼େଇ ବର୍ଷ ପାଇଁ ଏବଂ ଏହା ପରେ ମୁଁ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହେବି ।

ଯଦି ଏହି ଅଫର ତେଜସ୍ୱୀ ଗ୍ରହଣ କରନ୍ତି ତାହାଲେ ମୁଁ ଏନଡିଏ ଛାଡ଼ିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ଏହା ସହ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ମୋର ବିଶ୍ୱାସ ରହିଛି । ଲାଲୁ ଯାଦବ ସର୍ବଦା ପଛୁଆ ଶ୍ରେଣୀ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଆମେ ଲାଲୁଙ୍କ ଠାରୁ ବହୁତ କିଛି ଶିଖିଲୁ । ମୁଁ ତାଙ୍କୁ ଦେଖି ରାଜନୀତି ଶିଖିଲି ବୋଲି ଇନସାନ ପାର୍ଟିର ସଭାପତି ମୁକେଶ ସାହାଣୀ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts