ସୁସ୍ଥ ଓ ଆକ୍ଟିଭ୍‌ ରହିବାକୁ ଚାହୁଁଛନ୍ତି ? ପତଳା ହେବାକୁ ଇଏ ହେଉଛି ୭ ଦିନିଆ ଡାଏଟ୍ ମନ୍ତ୍ର

ଅନିୟମିତ ଜୀବନଶୈଳୀ ଯୋଗୁଁ ଏବେ ବହୁ ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି । ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତଙ୍କୁ ଏବେ ଫିଟ୍‌ ରହିବାର ଚିନ୍ତା । ସବୁଠାରୁ ବଡ଼ ଚିନ୍ତା ହେଲା ମୋଟାପାକୁ ନେଇ । କିନ୍ତୁ ବିନା ଡାକ୍ତରୀ ଚିତିତ୍ସାରେ ମଧ୍ୟ ଆପଣ ନିଜେ ନିଜେ ପତଳା ହୋଇପାରିବେ, ଫିଟ୍‌ ରହିପାରିବେ । ଏଥିପାଇଁ ବିଷେଶଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ଇଏ ହେଉଛି 7 ଦିନିଆ ଡାଏଟ୍‌ ମନ୍ତ୍ର ।

 

ସୋମବାର
ଜଳଖିଆ:୩/୪ କପ୍ କର୍ଣ୍ଣଫ୍ଲେକ୍ସ, ଗୋଟିଏ କଦଳୀ କିମ୍ବା ସେଓ, ସର ବାହାର କରିନିଆଯାଇଥିବା ୧ କପ୍ କ୍ଷୀର ।

ମଧ୍ୟାହ୍ନଭୋଜନ: ଭାତ, ପାଉଁରୁଟି, ଆଳୁ କିମ୍ବା ପାସ୍ତା ବଦଳରେ ରୁଟି ଖାଆନ୍ତୁ । ଏହା ସହ ଖୁବ୍ ଅଳ୍ପ ଚିଜ୍, ନ ହେଲେ ୧ ପିସ୍ ଚିକେନ୍, ସାଲାଡ୍ ଏବଂ କୌଣସି ପ୍ରକାରର ଫଳ ଖାଆନ୍ତୁ ।

ରାତ୍ରି ଭୋଜନ: ୧ ପିସ୍ ମାଛ, କୋରା ଛେନା , ସାଲାଡ୍ ଏବଂ ଫ୍ୟାଟ୍ ଫ୍ରି ଆଇସ୍କ୍ରିମ୍‌ ।

 

ମଙ୍ଗଳବାର
ଜଳଖିଆ: ସକାଳୁ ଖାଲିପେଟରେ ଲେମ୍ବୁ ଏବଂ ମହୁର ପାଣି ପିଅନ୍ତୁ । କିଛି ସମୟ ପରେ ମଲାଇ କାଢି ନିଆଯାଇଥିବା ଫ୍ୟାଟ୍ ଫ୍ରି କ୍ଷୀର ପିଅନ୍ତୁ । ଇଚ୍ଛା ହେଲେ ଗୋଟିଏ ସେଓ କିମ୍ବା କଦଳୀ ଖାଇପାରନ୍ତି ।

ମଧ୍ୟାହ୍ନ ଭୋଜନ: ୨ଟି ରୁଟି, ଗିନାଏ ଭାତ ସହିତ ସନ୍ତୁଳା

ସ୍ନାକ୍ସ: ଚା ସହିତ ବିସ୍କୁଟ । (ଗ୍ରୀନ୍ ଟି ହେଲେ ଆହୁରି ଭଲ)

ରାତ୍ରିଭୋଜନ: ସାଣ୍ଡୱିଚ୍ ସହ ବିଭିନ୍ନ ପ୍ରକାର ସାଲାଡ୍

 

ବୁଧବାର
ଜଳଖିଆ: ଦିନର ଆରମ୍ଭ କଫିରୁ କରନ୍ତୁ । ଓଟ୍ ସହିତ ଗିଲାସେ କ୍ଷୀର ଏବଂ ଏହା ସହ ଗୋଟିଏ ଛୋଟ କଦଳୀ ଉପରେ ମହୁ ଲଗାଇ ଖାଇପାରିବେ ।

ମଧ୍ୟାହ୍ନ ଭୋଜନ: ୧ କପ୍ ଭାତ, ଡାଲି, ପରିବା ତରକାରୀ, ଅଙ୍ଗୁର କିମ୍ବା କଦଳୀ ଭଳି କିଛି ଫଳ

ରାତ୍ରିଭୋଜନ: ସିଝା ଚିଙ୍ଗୁଡ଼ି ୨ଟି, ପରିବା ତରକାରୀ, ରୁଟି

 

ଗୁରୁବାର
ଜଳଖିଆ: ସେଓ, କଦଳୀ ଏବଂ ଫ୍ୟାଟ୍ ଫ୍ରି ଦହି

ମଧ୍ୟାହ୍ନ ଭୋଜନ: ଟମାଟୋ ସୁପ୍, ମୂଳା ଭଜା ବା ସିଝା, ଅଳ୍ପ ଚିକେନ୍, କିଛି ସାଲାଡ୍, ଦୁଇଟି ରୁଟି, ୧ କପ୍ ପରିବା ତରକାରୀ

ରାତ୍ରିଭୋଜନ: ଅକାଣ୍ଡିଆ ଚାଉଳର ଭାତ ସହିତ ଗିନାଏ ପରିବା ତରକାରୀ ।

ଶୁକ୍ରବାର
ପ୍ରାତଃଭୋଜନ: ୧ କପ୍ ଯେକୌଣସି ପ୍ରକାର କୋଳି, କିଛି ଆଲ୍ମଣ୍ଡ ବା ପିସ୍ତା ବାଦାମ ଏବଂ ଅଳ୍ପ ଫ୍ୟାଟ୍ ଫ୍ରି କ୍ଷୀର

ମଧ୍ୟାହ୍ନ ଭୋଜନ: କିଛି ବିନ୍ସ ଭଜା, ଗୋଟିଏ ରୁଟି, ଗିନାଏ ପରିବା ତରକାରୀ କିମ୍ବା ଚିଜ୍ , କିଛି କାକୁଡ଼ି ସାଲାଡ୍

ରାତ୍ରିଭୋଜନ: ଦୁଇଟି ରୁଟି ସହିତ ସାଲାଡ୍

 

ଶନିବାର
ଜଳଖିଆ: ଦୁଇଟି ଇଡ୍ଲି ବା ରୁଟି, ପରିବା ତରକାରୀ, ୧ଟି କଦଳୀ, ଫ୍ୟାଟ୍ ଫ୍ରୀ କ୍ଷୀର

ମଧ୍ୟାହ୍ନ ଭୋଜନ: ଗୋଟିଏ ରୁଟି, ୧ କପ୍ ଭାତ, ଅଳ୍ପ ଦହି, ୧ ପିସ୍ ମାଛ ତରକାରୀ, କିଛି ସାଲାଡ୍

ରାତ୍ରିଭୋଜନ: ଭାତ, କିଛି ପରିବା ତରକାରୀ ଏବଂ ଗୋଟିଏ ସେଓ

Related Posts