ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ମିଳିଲା ଅନୁମତି

ଭୁବନେଶ୍ୱର: ୭ ଦିନିଆ ରିମାଣ୍ଡରେ ଯିବ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଏନେଇ ଇଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ | ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆବେଦନ କରିଥିଲା । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ପରେ ହଠାତ୍ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।

ତେବେ ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟକୁ ଡିଆକ୍ଟିଭେକ୍ଟ ହୋଇଛି । ତେବେ କ୍ୟାସ୍ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ଇଡି ସୁରାକ୍ ପାଇଛି । ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଆଉ କୋର୍ଟ ୧୫ ଦିନ ବଦଳରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

Related Posts