ଯଦି ପାକିସ୍ତାନ ଭାରତକୁ ଆକ୍ରମଣ କରେ ତେବେ ଦିଲ୍ଲୀ ଅଲଗା ବନ୍ଧୁକ ଓ ଟ୍ୟାଙ୍କ କିଣିବ? ଟିକା କିଣିବାକୁ ନେଇ କେଜ୍ରିୱାଲ ଙ୍କ ପ୍ରତିକ୍ରିୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ସଙ୍କଟ ମଧ୍ୟରେ ବୁଧବାରଠାରୁ ଡ୍ରାଇଭ୍ ଥ୍ରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।ଭାରତ ବାୟୋଟେକ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଖରୁ ସରକାର ଆବଶ୍ୟକ ପରିମାଣରେ ଟୀକା ଯୋଗାଇବା ପାଇଁ ଅସମର୍ଥ ହୋଇଛନ୍ତି । ଏଥିରେ ବିକଳ୍ପ ବ୍ୟବସ୍ତା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ବିଶ୍ୱ ବଜାରରୁ ସିଧାଶ ସଳଖ ଟିକା କିଣିବା ପାଇଁକ୍ଷମତା ଦେଇଛନ୍ତି । ଏହାପରେ ବିଶ୍ୱ ବଜାରରୁ ଟିକା ଆଣି ଦିଳ୍ଲୀ ବାସୀଙ୍କୁ ଟିକାକରଣ କରାଇବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଥିଲେ । ବର୍ତ୍ତମାନ କମ୍ପାନୀ ରାଜ୍ୟ ଗୁଡିକୁ ସିଧାସଳଖ ଟିକା ଦେବାପାଇଁ ମନା କରୁଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ଟୀକାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । କେଜ୍ରିୱାଲ କହିଛନ୍ତିଯେ ଯଦି ମାର୍ଚ୍ଚରେ ଟିକା ଦିଆଜାଇ ଥାନ୍ତା ତେବେ ଦ୍ୱିତୀୟ ଲହର ଆସିନଥାନ୍ତା । ଯାହା କେନ୍ଦ୍ର ସରକାରଙ୍କ କାମ ଆମେ କିପରି କରିବୁ?ସେ ପୁଣି କହିଛନ୍ତି, ଟିକା ପ୍ରସଙ୍ଗରେ ମୁଁ ବହୁତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ଅଛି,ଏପର୍ଯ୍ୟନ୍ତ କୌଣସି ଗୋଟିଏ ରାଜ୍ୟ ଟିକା ନେବାକୁ ସକ୍ଷମ ହୋଇନାହାନ୍ତି । ଯଦି ସମସ୍ତ ଟେଣ୍ଡର ଫେଲ ହୋଇଛି, ତେବେ ଦେଶ କାହିଁକି ଟୀକା କିଣୁନାହିଁ? ସେ ମଧ୍ୟ କହିଛନ୍ତି, କେନ୍ଦ୍ରକୁ ଟର୍ଗେଟ କରିବାକୁ ଯାଇ ବିଜେପି ଶାସିତ ରାଜ୍ୟ ୟୁପି ଏବଂ ଦିଲ୍ଲୀକୁ ଯୋଡି କହିଛନ୍ତି ଯେତେବେଳେ ପାକିସ୍ତିାନ ଭାରତ ଆକ୍ରମର କରିବ ସେତେବେଳେ ୟୁପି ଓ ଦିଲ୍ଲୀ ନିଜ ନିଜର ଟ୍ୟାଙ୍କ ଏବଂ ଯୁଦ୍ଧ ଅସ୍ତ୍ର କିଣିବେକି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କେନ୍ଦ୍ରର ବିନା ସହଯୋଗରେ ଟିକା ମିଳିପାରିବ ନାହିଁ । ତେଣୁ ଏବେ କେନ୍ଦ୍ରସରକାର ସମସ୍ତ ରାଜ୍ୟକୁ ଟୀକା ଆଣିବା ପାଇଁ ସହଯୋଗ କରିବା ଦରକାର । ଏବେ ଆମେ ଗୋଟିଏ ଟିମ ହୋଇ କରୋନା ବିରୋଧରେ ଲଢିବା ଦରକାର । ଯଦି ବିଳମ୍ବ ହୁଏ ତେବେ ଆଗାମୀ ଦିନରେ ଅନେକ ଲୋକଙ୍କ ଜୀବନ ଯାଇପାରେ ।ତେଣୁ କେନ୍ଦ୍ର ସରକାର କାହିଁକି ବିଶ୍ୱ ବଜାରରୁ ଟିକା କିଣୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶ କୋଭିଡ ବିରୋଧରେ ଯୁଦ୍ଧ କରୁଛି। ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ, ତେବେ ସମସ୍ତ ରାଜ୍ୟ ନିଜର ଅସ୍ତ୍ର ଶସ୍ତ୍ର କିଣିବେ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ୱାଲ।

Related Posts