ଦେଢ଼ କେଜି ସୁନା ଲୁଟ ମାମଲାରେ ସସପେଣ୍ଡ ହେଲେ ଆଇଆଇସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଢ଼ କେଜି ସୁନା ଲୁଟ ମାମଲାରେ ସସପେଣ୍ଡ ହେଲେ କୋରାପୁଟ ଜିଲ୍ଲା ନାରାୟଣପାଟଣା ଆଇଆଇସି ରଂଜିତ ସାହୁ । ଗତ ମାସ ୧୪ ତାରିଖରେ ଲକ୍ଷ୍ମୀପୁର ଏସ୍ବିଆଇ ଲକରରୁ ପ୍ରାୟ ଦେଢ କେଜିରୁ ଅଧିକ ସୁନା ଲୁଟ୍ ହୋଇଥିବା ବେଳେ ଏହି ଘଟଣାରେ ତାଙ୍କୁ ସସ୍ପେଣ୍ଡ ହେବାକୁ ପଡ଼ିଛି। ଲୁଟେରାଜଣକ ସୁନା ବିକିଥିବା ଲୋକକୁ ଭଲ ଭାବେ ଜାଣିଥିଲେ ଆଇଆଇସି । ତଥାପି ଏନେଇ ସେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରି ନ ଥିଲେ ।

ଏହି ଘଟଣା ଜଣାପଡ଼ିବା ପରେ ଡିଜିପି ତାଙ୍କ ବିରୋଧରେ ନେଇଛନ୍ତି କଡ଼ା କାର‌୍ୟ୍ୟାନୁଷ୍ଠାନ । ସୂଚନା ଅନୁସାରେ, ଗତ ମାସ ୧୪ ତାରିଖରେ ଏସ୍ବିଆଇ ଲକରରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଲକ୍ଷ୍ମୀପୁର ଥାନା ପୁଲିସ୍ ଜଣେ ଲୁଟେରାକୁ଼ ଗିରଫ କରିଥିଲା। ତାକୁ ପଚରାଉଚରା କରିବା ପରେ ନାରାୟଣପାଟଣାରେ ଜଣେ ଲୋକ ତା’ ପାଖରୁ ୪୦୦ ଗ୍ରାମ ସୁନା କିଣିଥିବା ଲୁଟେରାଜଣକ କହିଥିଲା।

Related Posts