ବର୍ଲିନରେ ଜଣେ କୁନି ଝିଅ ମୋଦିଙ୍କୁ ନିଜ ହାତରେ ଆଙ୍କିଥିବା ଛବିକୁ ଦେଲେ ଉପହାର; ଛବି ଦେଖି ଏପରି କହିଲେ ପ୍ରଧାନମନ୍ତ୍ରୀ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ସେ ଆଜି ବର୍ଲିନରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ଭାରତୀୟ ବଂଶୋଦ୍ଭବଙ୍କୁ ଭେଟିଥିଲେ । ବର୍ଲିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଛୋଟ ବାଳିକାଠାରୁ ସୁନ୍ଦର ଉପହାରଟିଏ ଗ୍ରହଣ କରିଛନ୍ତି। ତେବେ କୁନି ଝିଅଟି ମୋଦୀଙ୍କୁ ନିଜ ହାତରେ ଆଙ୍କିଥିବା ଚିତ୍ର ଉପହାର ସ୍ୱରୂପ ପ୍ରଦାନ କରିଥିଲା ।

ମୋଦୀ ଏହା ଦେଖି ଶିଶୁଟିକୁ ଆଙ୍କିବା ପାଇଁ କେତେ ସମୟ ଲାଗିଲା ବୋଲି ପଚାରିଥିଲେ । ଝିଅଟି ଏହା କରିବା ପାଇଁ ଏକ ଘଣ୍ଟା ଲାଗିଲା ବୋଲି କହିଥିଲେ । ଏହାସହ ମୋଦୀ ଏହି ଚିତ୍ର କାହିଁକି ଆଙ୍କିଛ ବୋଲି ଶିଶୁଟିକୁ ପଚାରିଥିଲେ । କୁନି ଝିଅଜଣଙ୍କ ଆପଣ ମୋ ଆଦର୍ଶ ତେଣୁ ଆଙ୍କିଛି ବୋଲି କହିଥିଲେ ।ଏହାପରେ ମୋଦୀ ତାଙ୍କୁ ଆଶୀର୍ବାଦ ଦେଇ ଫଟୋ ଉଠାଇଥିଲେ । ଏହାସହ ଅଟୋଗ୍ରାଫ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Related Posts