ପୌର ନିର୍ବାଚନ: ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ପଞ୍ଚାୟତ ନିର୍ବାଚନ ପରେ ଆରମ୍ଭ ହୋଇଯିବ ପୌର ନିର୍ବାଚନ। ଏନେଇ ଏବେଠୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତି ଜୋରଦାର କରିଛନ୍ତି। ଏହାରି ମଧ୍ୟରେ ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର । ପ୍ରତି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍ ପ୍ରରିଚାଳନା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି ବହୁ ଏକ୍ସପର୍ଟ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପରିଚାଳିତ ଏ ଶିବିରରେ ଆଜି 15 ଜିଲ୍ଲାର ମାଷ୍ଟର ଟ୍ରେନରମାନେ ଯୋଗ ଦେଇଛନ୍ତି ।

ପୌର ନିର୍ବାଚନରେ ନୋଟାର ବ୍ୟବହାର ସାଙ୍ଗକୁ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଥିବାରୁ ପ୍ରତି ବୁଥରେ 2ଟି ଇଭିଏମ୍ ରହିବ । ଏଥିପାଇଁ ଇଭିଏମର ବିସ୍ତୃତ ପରିଚାଳନା ବାବଦରେ ପ୍ରଶିକ୍ଷଣ ଚାଲିଛି । ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟର 48ଟି ପୌର ପରିଷଦ, 59ଟି ବିଜ୍ଞାପିତ ପରିଷଦ ଓ 3ଟି ମହାନଗର ନିଗମର 1,931 ୱାର୍ଡରେ 4,584 ବୁଥରେ ମତଦାନ ଦେବ ।

Related Posts