କନ୍ଧମାଳ ଜିଲ୍ଲାରେ ଉପସ୍ଥିତି ଜାହିର କଲେ ମାଓବାଦୀ, ପୋଷ୍ଟର ଲଗାଇ ବିଦ୍ୟାଳୟରେ ରାଜନୀତି ବନ୍ଦ୍ କରିବାକୁ ଦେଲେ ଧମକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ । ପୁଣି ଥରେ ଜିଲ୍ଲାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ଛକରେ ଗଛ, ବିଦ୍ୟୁତ ଖୁଣ୍ଟରେ ଲାଗିଛି ମାଓବାଦୀଙ୍କ ପୋଷ୍ଟର । ସକାଳୁ ସକାଳୁ ମାଓବାଦୀଙ୍କ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣା ପଡିଛି ।ବିଦ୍ୟାଳୟଗୁଡିକରେ ସରକାର ରାଜନୀତି ବନ୍ଦ କରନ୍ତୁ, ସରକାର ତାଙ୍କ ସରକାରୀ କଳର ଅଫିସର ଓ ରାଜନେତାଙ୍କୁ ଠିକ ବାଟକୁ ଆଣନ୍ତୁ ନଚେତ ଆମେ ଆମ କାମ କରିବୁ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ସିପିଆଇ ମାଓବାଦୀ ସଂଗଠନ ଏହି ପୋଷ୍ଟର ଲଗାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ମାଓବାଦୀମାନେ ଏହି ପୋଷ୍ଟର ଲଗାଇଛନ୍ତି ନା ଅନ୍ୟ କେହି ଦୁର୍ବୃତ୍ତ ଏହି କାମ କରିଛନ୍ତି ସେନେଇ କିଛି ସ୍ପଷ୍ଟ ଜଣାପଡିନାହିଁ । ତେବେ ପୋଲିସ ପୋଷ୍ଟର କୁ ଜବତ କରି ତଦନ୍ତ ଜାରି ରଖିଛି ।

Related Posts