
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନର ଅଲୱାରରେ ଥିବା ମନ୍ଦିର ଭାଙ୍ଗିବା ପରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଶ୍ୱ ସାରଙ୍ଗ ଅଲୱାରରେ ମନ୍ଦିର ଭାଙ୍ଗିବା ପ୍ରସଙ୍ଗରେ ରାଜସ୍ଥାନ ସିଏମ ଅଶୋକ ଗେହଲୋଟଙ୍କ ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ବିଶ୍ୱ ସାରଙ୍ଗ ସିଏମ ଅଶୋକ ଗେହଲୋଟଙ୍କୁ ଔରଙ୍ଗଜେବ’ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ବିଶ୍ୱ ସାରଙ୍ଗ କହିଛନ୍ତି ଯେ ଅଶୋକ ଗେହଲଟ ଔରଙ୍ଗଜେବ ହୋଇଯାଇଛନ୍ତି । ସେ ହିନ୍ଦୁ ମନ୍ଦିରରେ ବୁଲଡୋଜର ଚଳାଉଛନ୍ତି। ବିଶ୍ୱ ସାରଙ୍ଗ କହିଛନ୍ତି, “ଏଥିରୁ ଦୁଇ ପ୍ରକାରର ଜିନିଷ ସ୍ଥାପିତ ହୋଇଛି, ଯାହାକି କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତା ଯାହାକୁ ଆମେ ରାଜସ୍ଥାନରେ ଦେଖିଥିଲୁ ଏବଂ ନିଶ୍ଚିତ ଭାବରେ ସେ ଅଶୋକ ଗେହଲୋଟ ନୁହନ୍ତି ବରଂ ସେ ଔରଙ୍ଗଜେବ । ରାଜସ୍ଥାନରେ ଔରଙ୍ଗଜେବଙ୍କ ସରକାର ଚାଲିଛି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ବିଶ୍ୱ ସାରଙ୍ଗ କହିଛନ୍ତି ଯେ ମନେରଖ, ଯେତେବେଳେ ହନୁମାନଙ୍କ ଗଦା ଚାଲିବ । ସେତେବେଳେ ସବୁକିଛି ଠିକ୍ ହୋଇଯିବ।
ଅଲୱାରରେ ୩୦୦ ବର୍ଷ ପୁରୁଣା ମନ୍ଦିର ଭାଙ୍ଗିବା ବିରୋଧରେ ହିନ୍ଦୁ ସଂଗଠନମାନେ ବିରୋଧ ଜାରି ରଖିଛନ୍ତି। ମନ୍ଦିର ଭାଙ୍ଗିବା କାରଣରୁ ସ୍ଥାନୀୟ ଲୋକ ମଧ୍ୟ ରାଗିଛନ୍ତି। ଅନ୍ୟପଟେ ମନ୍ଦିର ଭାଙ୍ଗିବାକୁ ବିରୋଧ କରି ବିଜେପି ରାଜରାସ୍ତାରେ ଓହ୍ଲାଇଛି । ଏବଂ ମନ୍ଦିରକୁ ପୁନଃ ନିର୍ମାଣ କରିବା ପାଇଁ ଦାବି କରିଛି । ଅଲୱାର ମନ୍ଦିର ବିବାଦକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ୩୦୦ ବର୍ଷ ପୁରୁଣା ଏହି ମନ୍ଦିରକୁ କିପରି ଭାଙ୍ଗି ଦିଆଗଲା ? ତାହା ରାଜସ୍ଥାନର ଅଶୋକ ଗେହଲୋଟ୍ ସରକାରଙ୍କୁ ବିଜେପି ପଚାରିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।