ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲଗାତର ତୃତୀୟଥର ବିଜୁ ଜନତା ଦଳ ବିଏମସିକୁ ଦଖଲ କରିଛି । ହେଲେ ଏଥର ଦଳ ପାଇଁ ବାଧକ ସାଜିଛନ୍ତି ବିଦ୍ରୋହୀ । କେଉଁ ୱାର୍ଡରେ ସିଧାସଳଖ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କଲେ ତ ଆଉ କେଉଁଠି ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ କଲେ । ଯାହାଫଳରେ ବିଦ୍ରୋହୀ ପ୍ରାର୍ଥୀଙ୍କ ପାଇଁ ବିଜେଡି ହାତରୁ ୧୪ଟି ଆସନ ଖସିଯାଇଛି । ଏପରିକି ବିଜେଡିର ବିଜୟ ହେବା ଶୁନିଶ୍ଚିତ ଥାଇ ମଧ୍ୟ ଦଳ ସେହି ୱାର୍ଡରୁ ହାରିଛି । ସବୁଠାରୁ ରୋଚକ କଥାଟି ହେଉଛି ଯେଉଁ ୯ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ସେମାନେ ସମସ୍ତେ ବିଜେଡି ବିଦ୍ରୋହୀ । ତେବେ ଦଳରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିଲେ । ଦମଦାର ପ୍ରଚାର ସାଙ୍ଗକୁ ୱାର୍ଡରେ ବ୍ୟକ୍ତିଗତ ଲୋକପ୍ରିୟତା ପାଇଁ ସେମାନେ ବିଜୟ ହୋଇଛନ୍ତିା ଅବଶ୍ୟ ବିଜୟୀ ହେବା ପରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିରେ ଯୋଗ ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି । ସେପଟେ ୱାର୍ଡ ନମ୍ବର ୯ ସମେତ ୧୩, ୧୫, ୨୪, ୩୭, ୪୬, ୫୮, ୬୦ ଓ ୬୫ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀମାନେ ୧୦ଟି ୱାର୍ଡରେ ବିଜୟ ହୋଇଛନ୍ତି ।
ସେଥିମଧ୍ୟରୁ ୫ଟି ୱାର୍ଡରେ ବିଜେଡି ବିଦ୍ରୋହୀ ତଥା ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କୁ ସହଯୋଗ କରିଛନ୍ତି । ୩ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ଜୟନ୍ତ ଜେନାଙ୍କ ବିଜୟରେ ସ୍ୱାଧୀନ ପ୍ରାର୍ଥୀ ଜୟନ୍ତୀ ଜେନାଙ୍କ ବିଜୟରେ ସ୍ୱାଧୀନ ପ୍ରାର୍ଥୀ ସସ୍ମିତା ବାଧକ ସାଜିଛନ୍ତି । ବିଜୟୀ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ପରିଡ଼ା ୧୯୦୫ ଭୋଟ ପାଇଥିବାବେଳେ ଉପରୋକ୍ତ ଦୁଇ ପ୍ରାର୍ଥୀ ଯଥାକ୍ରମେ ୧୭୯୩ ଓ ୧୫୧୦ ଭୋଟ ହାସଲ କରିଛନ୍ତି । ସେହିପରି ୪ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ସୁକୁମାର ସାହୁ ୩୨୯୩ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି । ଏଙ୍ଖାରେ ସ୍ୱାଧୀନ ପ୍ରାର୍ଥୀ ସାକ୍ଷର ରଞ୍ଜନ ମହାନ୍ତି ୨୪୬୪ ଭୋଟ ପାଇ ଦ୍ୱିତୀୟ ଓ ବିଜେଡି ପ୍ରାର୍ଥୀ ଅକ୍ଷୟ କୁମାର ଲେଙ୍କା ୨୪୦୭ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ସାକ୍ଷର ରଞ୍ଜନ ବିଦ୍ରୋହୀ ପ୍ରାର୍ଥୀ ହୋଇଥିବାରୁ ବିଜେଡି ପ୍ରାର୍ଥୀଙ୍କୁ ଏଠାରେ ପରାଜୟ ଦେଖିବାକୁ ପଡ଼ିଛି । ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ରିତିକା ବଳବନ୍ତରାୟଙ୍କ ଯୋଗୁଁ ୩୯ ନମ୍ବର ୱାର୍ଡରେ ବିଜେପି ପ୍ରାର୍ଥୀ ଗୀତାଞ୍ଜଳୀ ସାହୁ ମାତ୍ର ୩୫ ଭୋଟରେ ବିଜୟ ହୋଇଛନ୍ତି । ୬୭ ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ସଲମା ପରବିନଙ୍କ ପାଇଁ ବିଜେଡି ପ୍ରାର୍ଥୀ ମିଲନ ଦେବୀ ହରିଛନ୍ତି ।
