ଆଜି ଶେଷ ଟି-20, ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଚେନ୍ନାଇ: ଆଜି ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ 3 ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍‌ର ଶେଷ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ସହଜ ବିଜୟ ସହ ସିରିଜ୍‌ ଉପରେ କବ୍‌ଜା କରିଥିବା ରୋହିତ ବ୍ରିଗେଡ୍‌ ଚେନ୍ନାଇରେ ବଡ଼ ବିଜୟ ସହ ସିରିଜ୍‌ କ୍ଲିନ୍‌ ସ୍ବିପ୍‌ କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଲମ୍ବା ଗସ୍ତର ଶେଷ ମ୍ୟାଚ୍‌ରେ ବିଜୟ ସହ ସମ୍ମାନ ନେଇ ସ୍ବଦେଶ ଫେରିବାକୁ ଚାହିଁବ ୱେଷ୍ଟଇଣ୍ଡିଜ୍‌ ।

ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ଲକ୍ଷ୍ନୌ ଟି-୨୦ରେ ସହଜ ବିଜୟ ହାସଲ କରିଥିଲା । ଶେଷ ମ୍ୟାଚ୍‌ କେବଳ ଔପଚାରିକ ରହିଥିବାରୁ ଏଥିରେ ବେଞ୍ଚ ଷ୍ଟ୍ରେନ୍ଥକୁ ଟେଷ୍ଟ କରିବ ଭାରତ । ନବାଗତଙ୍କୁ ଏହି ମ୍ୟାଚ୍‌ରେ ସୁଯୋଗ ମିଳିବ । ଶ୍ରେୟାସ୍‌ ଆୟାର, ୱାସିଙ୍ଗଟନ୍‌ ସୁନ୍ଦର ଓ ଶାହନୱାଜ ନଦିମଙ୍କୁ ଭାରତ ଟିମ୍‌ରେ ସାମିଲ କରିପାରେ । ଆଗାମୀ ଅଷ୍ଟ୍ରେଲିଆ ଗସ୍ତକୁ ନଜରରେ ରଖି ଜସପ୍ରୀତ୍‌ ବୁମରା, ଉମେଶ ଯାଦବ ଓ କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଛି ।

Related Posts