ମୋଦିଙ୍କୁ ମନ୍ତ୍ରୀ ଅଡୁଆ

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ରାମଦାସ ଅଠାୱଲେ ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କହିଛନ୍ତି, ସେ ବିଜେପି ମୁହାଁ ହେବେ କି କଂଗ୍ରେସ ଆଡକୁ ଢଳିବେ ତାହା ସେ ହାୱା ଦେଖି ସ୍ଥିର କରିବେ । ଅର୍ଥାତ୍‌ ୨୦୧୯ ସାଧାରଣ ନିର୍ବାଚନରେ ଯଦି କଂଗ୍ରେସ ଶାସନ କ୍ଷମତାକୁ ଫେରିବ, ତେବେ ସେ କଂଗ୍ରେସ ଆଡ଼କୁ ଢଳିବେ ଆଉ ପୁଣି ଥରେ ମନ୍ତ୍ରୀ ହେବେ। ବିଜେପି କ୍ଷମତାକୁ ଆସିଲେ, ସେ ଏନ୍‌ଡିଏରେ ରହିବେ । କିନ୍ତୁ ନରେନ୍ଦ୍ର ମୋଦିଙ୍କ ସରକାର ଥିବା ଯାଏଁ ସେ ଏନ୍‌ଡିଏରେ ରହିବେ । ରିପବ୍ଲିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର ନେତା ରାମଦାସ୍‌ ଅଠାୱଲେ ଏବେ କେନ୍ଦ୍ର ମନ୍ତ୍ରୀ ଅଛନ୍ତି । ଶୁକ୍ରବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଏଭଳି ବୟାନ ଦେଇଛନ୍ତି । ପୂର୍ବରୁ ବି ଏମିତି ମନ୍ତବ୍ୟ ଦେଇ ବିବାଦରେ ରହିଛନ୍ତି ଅଠାୱଲେ ।

Related Posts