ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢାଇଲା ଭାରତ: ପଠାଇଲା ୨୧,୦୦୦ ଟନ ସାର

ନୂଆଦିଲ୍ଲୀ: ଭାରତର ପୁଣି ଦେଖାଇଲା ମହାନତା । ସଂକଟଗ୍ରସ୍ତ ନିଜର ପଡୋଶୀ ଦେଶ ଶ୍ରୀଲଙ୍କାକୁ ପୁଣି କଲା ସାହାଯ୍ୟ । ୨୧,୦୦୦ ଟନ ସାର ପଠାଇଲା ଭାରତ। ଶ୍ରୀଲଙ୍କାର କୋଲମୱୋ ସ୍ଥିତ ଭାରତୀୟ ହାଇକମିଶନ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି, ବନ୍ଧୁତା ଏବ ସହଯୋଗର ସୁଗନ୍ଧଙ୍କୁ ବଢାଇ ଭାରତୀୟ ହାଇକମିଶନର ଭାରତର ସମର୍ଥନ ଜରିଆରେ ଆନୁଷ୍ଠାନିକ ଭାବେ ଶ୍ରୀଲଙ୍କାର ଲୋକଙ୍କୁ ୨୧,୦୦୦ ଟନ ସାର ହସ୍ତାନ୍ତର କରିଛନ୍ତି।

ଭାରତର ଏହି ସାହାଯ୍ୟରେ ପଡୋଶୀ ଦେଶର ଚାଷୀ ଅଧିକ ଲାଭବାନ ହେବ । ଏହାସହ ଦୁଇ ଦେଶର ସମ୍ପର୍କ ଅଧିକ ମଜବୁତ ହେବ । ନିକଟ ଅତୀତରେ ଶ୍ରୀଲଙ୍କାକୁ ଭାରତ ଦ୍ୱାରା ଦିଆଯାଇଥିବା ଏହା ଦ୍ୱିତୀୟ ସାହାଯ୍ୟ । ଏହା ପୂର୍ବରୁ ଗତ ମାସରେ ୪୪,୦୦୦୦ ଟନ ସାରର ସହାୟତା ପଠାଯାଇଥିଲା । ଶ୍ରୀଲଙ୍କା ବର୍ତ୍ତମାନ ସମୟରେ ଆର୍ଥିକ ସଂକଟ ଦେଇ ଗତି କରୁଛି, ଏହି କାରଣରୁ ସେଠାରେ ଇନ୍ଧନ ଏବଂ ଅନ୍ୟ ଆବଶ୍ୟକୀୟ ସାମଗ୍ରୀର ଅଭାବ ଦେଖା ଦେଇଛି।

Related Posts