ହକି ବିଶ୍ୱକପ୍‌: କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଲା ଭାରତ, ୫-୧ ଗୋଲରେ କାନାଡାକୁ ହରାଇଲା

ହକି ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛି ଭାରତ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଟିମ୍‌ କରିଛି ଦମ୍‌ଦାର ପ୍ରଦର୍ଶନ । କାନାଡ଼ାକୁ 5-1 ଗୋଲ୍‌ରେ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି । ବିଶ୍ୱକପ୍‌ର ୧୪ତମ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ଭାରତୀୟ ଦଳ ହିଁ ଆଧିପତ୍ୟ ବିସ୍ତାର କରିଥିଲା ।

ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା । ତୃତୀୟ କ୍ୱାର୍ଟରରେ କାନାଡ଼ା ଏକ ଗୋଲ୍‌ ଦେଇ ମ୍ୟାଚ୍‌ ସମାନ ସ୍ତରକୁ ଆଣିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଭାରତ କ୍ରମାଗତ ୨ଟି ଗୋଲ ଦେଇ ମ୍ୟାଚ୍‌ ୪-୧କୁ ଆଣିଥିଲା । ଶେଷ କେଇ ମିନିଟ୍‌ରେ ଭାରତ ଆଉ ଏକ ଗୋଲ୍‌ ସ୍କୋର କରି ଗୋଲ୍‌ ବ୍ୟବଧାନକୁ 5-1କୁ ନେଇଥିଲା । ଭାରତୀୟ ଟିମ୍‌ରେ ଖେଳୁଥିବା ଓଡ଼ିଆ ଖେଳାଳି ଅମିତ୍‌ ରୋହିଦାସ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି ।

କାନାଡା ବିପକ୍ଷରେ ମ୍ୟାଚ୍‌ ଭାରତର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକରେ ଭରପୁର ହୋଇଥିଲା । ଆଉ ଦର୍ଶକଙ୍କର ଭରପୁର ମନୋରଞ୍ଜନ କଲେ ଭାରତୀୟ ଦଳ ।

Related Posts