ବୁଲନ୍ଦସହର ହିଂସା ଘଟଣାରେ 3 ପୋଲିସ୍‌ କର୍ମଚାରୀଙ୍କ ବଦଳି

ଉତ୍ତରପ୍ରଦେଶ ବୁଲନ୍ଦସହର ହିଂସାର ତଦନ୍ତ କରାଯାଉଛି । ଗୋଟିଏ ପରେ ଗୋଟିଏ ସୁରାକ୍‌ ଯୋଡ଼ିବାକୁ ଉଦ୍ୟମ କରାଯାଉଛି । ଯାହା ଫଳରେ ହିଂସା ପଛରେ ଥିବା ରହସ୍ୟର ପର୍ଦ୍ଦାଫାସ୍‌ ହୋଇପାରିବ । କେଉଁମାନେ ବୁଲନ୍ଦସହରରେ ନିଆଁ ଲଗାଇଲେ । ଡିଜିପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଏହା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଅଫିସରଙ୍କ ଉପରେ ଚାଲିଲା ସରକାରୀ ଠେଙ୍ଗା । 3 ଜଣଙ୍କୁ ନିଲମ୍ବିତ କରାଯାଇଛି । ସେପଟେ ମୁଖ୍ୟ କାର୍ପଟଦାର ଫୌଜୀକୁ ଧରିବାକୁ କାଶ୍ମୀର ଯାଇଛି ଏସ୍‌ଆଇଟି ଟିମ୍‌ ।

ଗୋ ହତ୍ୟା ଗୁଜବରୁ ସୃଷ୍ଟି ହୋଇଥିବା ବୁଲନ୍ଦସହର ହିଂସାକାଣ୍ଡ ଯୋଗୁଁ ସମାଲୋଚନାର ଶରବ୍ୟ ହୋଇଥିବା ଯୋଗୀ ଆଦିତ୍ୟନାଥ ସରକାର ଏବେ ହରଡ଼ଘଣାରେ । ହିଂସାକାଣ୍ଡ 5 ଦିନ ପରେ ଯୋଗୀ ସରକାର ବୁଲନ୍ଦସହର ଏସ୍‌ଏସ୍‌ପି କ୍ରିଷ୍ଣା ବାହାଦୂର ସଂହଙ୍କୁ ବଦଳି କରିଛନ୍ତି । ତାଙ୍କୁ ଲକ୍ଷ୍ନୌର ଡିଜିପି କାର୍ଯ୍ୟାଳୟକୁ ତାଙ୍କୁ ବଦଳି କରାଯାଇଛି ।

ହିଂସାକାଣ୍ଡରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଦୁଇଜଣ ପ୍ରାଣ ହରାଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବାରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ତାଙ୍କୁ ବଦଳି କରାଯାଇଛି । ସୀତାପୁର ଏସ୍‌ପି ପ୍ରଭାକର ଚୌଧୁରୀ, ଏସ୍‌ଏସ୍‌ପି କ୍ରିଷ୍ଣା ବାହାଦୂରଙ୍କ ସ୍ଥାନ ନେବେ ।

ଆଡିସିନାଲ ଡାଇରେକ୍ଟର ଜେନେରାଲ ଇଣ୍ଟେଲିଜେନ୍ସ ଏସ୍‌.ବି ଶିରୋଦକରଙ୍କ ରିପୋର୍ଟ ଭିତ୍ତିରେ ବୁଲନ୍ଦସହର ସାୟନା ସର୍କଲ ଅଫିସର ସତ୍ୟପ୍ରକାଶ ଶର୍ମା ଓ ଚିଙ୍ଗ୍ରାବତୀ ପୋଲିସ ଫାଣ୍ଡି ଇନ୍ ଚାର୍ଜ ସୁରେଶ କୁମାରଙ୍କୁ ମଧ୍ୟ ବଦଳି କରିଛନ୍ତି ରାଜ୍ୟ ସରକାର ।

ଲକ୍ଷ୍ନୌରେ ପୋଲିସ ଡିଜି ଓମ ପ୍ରକାଶ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହିଂସାକାଣ୍ଡ ନେଇ ଏଡିଜି, ଗୁଇନ୍ଦା ରିପୋର୍ଟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତାନ୍ତର କରାଯାଇଛି । ସବୁ ହୋ ହଲ୍ଲା ମଧ୍ୟରେ ବୁଲନ୍ଦସହର ହିଂସାକୁ ଯୋଗୀ ଆଦିତ୍ୟନାଥ ଏକ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛନ୍ତି ।

ବୁଲନ୍ଦସହର ହିଂସାରେ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଜିତେନ୍ଦ୍ର ମଲିକ ଓରଫ ଜିତୁର ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ତାକୁ ଗିରଫ କରିବା ପାଇଁ ଜୋରଦାର୍ ଅଭିଯାନ ଆରମ୍ଭ ହୋଇଛି । ସେପଟେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିୱ ରାୱତ କହିଛନ୍ତି ଯେ, ଯଦି ଜିତୁ ବିରୋଧରେ କୌଣସି ପ୍ରମାଣ ଅଛି, ତାହା ହେଲେ ପୋଲିସକୁ ପ୍ରଦାନ କରାଯିବ ବୋଲି ଜେନେରାଲ୍ ରାୱତ କହିଛନ୍ତି । ପୋଲିସକୁ ଏହି ମାମଲାରେ ସଂପୂର୍ଣ୍ଣ ସହଯୋଗ କରାଯିବ ବୋଲି କହିଛନ୍ତି ରାୱତ ।

ଚାରି ଦିନ ବିତିଗଲା । କିନ୍ତୁ ଦଙ୍ଗାକାରୀଙ୍କ ଭିଡ଼ରେ ସାମିଲ୍‌ ଥିବା ନାମ ଛଡ଼ା ପୋଲିସ୍‌ ଅଭିଯୁକ୍ତଙ୍କର ଆଉ କିଛି କରିପାରିନାହିଁ । ପୋଲିସ୍‌ ଅଭିଯୁକ୍ତଙ୍କୁ ଠାବ କରିବାକୁ ତଲାସୀ ଚଳାଇଛି । କିନ୍ତୁ ସେମାନେ ସୋସିଆଲ୍‌ ମିଡିଆରେ ଭିଡ଼ିଓ ବାର୍ତ୍ତା ଦେଇ ପୋଲିସ୍‌କୁ ଚିଡ଼ାଉଛନ୍ତି । ଯଦି ଆଇନର ହାତ ଲମ୍ବା । ତେବେ ଧରି ଦେଖାଅ ।

Related Posts