ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଦଳକୁ ଫେରିଲେ ଷ୍ଟାର ବୋଲର ଯଶପ୍ରୀତ ବୁମରାହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଏନେଇ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । ତେବେ ଦଳକୁ ଫେରିଛନ୍ତି ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ । ସେହିପରି ଟି-୨୦ ବିଶ୍ୱକପରେ ଦଳର ନେତୃତ୍ୱ ନେବେ ରୋହିତ ଶର୍ମା । ଉପ ଅଧିନାୟକ ଦାୟିତ୍ୱ କେଏଲ ରାହୁଲଙ୍କ ଉପରେ ରହିଛି । ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହା ସହିତ ୪ ଜଣ ଅତିରିକ୍ତ ଖେଳାଳି ଙ୍କ ତାଲିକା ମଧ୍ୟ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ବସିଥିବା ଚୟନକର୍ତା କମିଟି ବୈଠକରେ ଏହି ନାମ ଗୁଡିକରେ ମୋହର ବାଜିଛି

ଟିମ୍ ଇଣ୍ଡିଆ:- ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ରିଷଭ ପନ୍ତ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଆର୍ ଅଶ୍ୱିନୀ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।

ଅତିରିକ୍ତ ଖେଳାଳି – ମହମ୍ମଦ ଶାମି, ଶ୍ରେୟାସ ଆୟର, ରବି ବିଷ୍ଣୋଇ, ଦୀପକ ଚହର ।

Related Posts