ଭାରତର ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ଭେଟିବା ପାଇଁ ଡୋମିନିକାରୁ ମୋତେ ଅପହରଣ କରାଯାଇଥିଲା : ମେହୁଲ୍ ଚୋକସୀ

(ସତ୍ଯପାଠ ବ୍ୟୁରୋ)  ଭୁବନେଶ୍ବର: ଭାରତର ପଳାତକ ହୀରା ବେପାରୀ ମେହୁଲ୍ ଚୋକ୍ସି ଆଂଟିଗୁଆରୁ ଡୋମିନିକା ଫେରାର ହେବାକୁ ନେଇ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ସେ କେମିତି ଡୋମିନିକା ଆସିଲା ଏ ସମ୍ପର୍କରେ ସେ ଏକ ବଡ ଖୁଲାସା କରିଛି। ଆଂଟିଗୁଆରୁ ତାକୁ ଅପହରଣ କରି ୮ ରୁ ୧୦ ଜଣ ଲୋକ ତାକୁ ନିର୍ଦ୍ଦୟ ଭାବେ ପିଟିଥିବା ସେ ଅଭିଯୋଗ କରିଛି। ଚୋକ୍ସି କୁ ପିଟୁଥିବା ଲୋକମାନେ ଆଂଟିଗୁଆ ପୋଲିସର ବୋଲି ପରିଚୟ ଦେଇଥିବା ସେ ଅଭିଯୋଗ କରିଛି। ଚୋକସି ଆଣ୍ଟିଗୁଆରେ ପୋଲିସରେ ଅଭିଯୋଗ ଦାଖଲ କରି ଦାବି କରିଛି ଯେ ସେ ଡୋମିନିକାରେ ପହଞ୍ଚିବା ପରେ ତାକୁ ଅପହରଣକାରୀମାନେ କହିଥିଲେ ଯେ ଭାରତର ଜଣେ ପ୍ରଭାବଶାଳୀ ରାଜନେତାଙ୍କୁ ଭେଟିବା ପାଇଁ ସେଠାକୁ ଅଣାଯାଇଥିଲା । ଅଭିଯୋଗରେ ଚୋକସି ବାର୍ବାରା ଜାରାବିକା, ନରେନ୍ଦ୍ର ସିଂ, ଗୁରୁମିତ ସିଂ ଏବଂ “ଅଜ୍ଞାତ ବ୍ୟକ୍ତି” ମାନେ ତାକୁ ଅପହରଣ କରିଥିବା ସେ ଦର୍ଶାଇଛି ।  ୬୨ ବର୍ଷୀୟ ପଳାତକ ହୀରା ବ୍ଯବସାୟ ମେହୁଲ୍ ଚୋକସୀ କହିଛି ଯେ ସେ ରହସ୍ୟମୟୀ ମହିଳାଙ୍କୁ ନେବାକୁ ଯାଇଥିଲେ, କିନ୍ତୁ ଏହା ବଦଳରେ ୮ ରୁ ୧୦ ଜଣ ବ୍ୟକ୍ତି ତା ଉପରେ ଆକ୍ରମଣ କରିଥିଲେ। ଚୋକସୀ ତା ଅଭିଯୋଗରେ କହିଛି ଯେ, “ଗତ ଏକ ବର୍ଷ ମଧ୍ୟରେ, ମୁଁ ବାର୍ବାରା ଜାବାରିକାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିଥିଲି। ମେ ୨୩ ରେ ସେ ମୋତେ ତାଙ୍କ ଘରକୁ ନେବାକୁ କହିଥିଲେ। କିନ୍ତୁ ମୁଁ ଯେତେବେଳେ ସେଠାରେ ସେତେବେଳେ ୮ ରୁ ୧୦ ଜଣ ବ୍ୟକ୍ତି ମୋ ଉପରେ ଆକ୍ରମଣ କରିଥିଲେ । ତାଙ୍କ ଉପରେ ଯେତେବେଳ ଆକ୍ରମଣ ହେଉଥିଲା ତାଙ୍କ ମହିଳା ବନ୍ଧୁ ଜାବାରିକା ରକ୍ଷା କରିବା ପରିବର୍ତ୍ତେ ସେ ଏସବୁ ଘଟଣାକ୍ରମ ଦେଖୁଥିଲେ। ଏହା ପରେ ସେ ସ୍ପଷ୍ଟ ହୋଇଥିଲେ ଯେ ତାଙ୍କ ମହିଳା ବନ୍ଧୁ ଜାବାରିକା ମଧ୍ୟ ଏହି ଅପହରଣ ଯୋଜନାରେ ସାମିଲ ଥିଲେ। “ଚୋକସୀ ମେ ୨୩ ରେ ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିଲେ। ଆଣ୍ଟିଗୁଆନ୍ ପ୍ରଧାନମନ୍ତ୍ରୀ ବାରମ୍ବାର କହିଥଲେ ଯେ ଚୋକ୍ସି ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଡୋମିନିକାକୁ ଫେରାର ହୋଇଯାଇଛନ୍ତି। କିନ୍ତୁ ତାଙ୍କ ପତ୍ନୀ ପ୍ରୀତି ଚୋକ୍ସି ଏବଂ ଓକିଲ – ୱେନ ମାର୍ଶ ଏବଂ ବିଜୟ ଅଗ୍ରୱାଲ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଣ୍ଟିଗୁଆନ୍ ଏବଂ ଭାରତୀୟ ଅଧିକାରୀ ମାନେ ଅପହରଣ କରି ଡୋମିନିକାକୁ ନେଇଛନ୍ତି। ଡୋମିନିକାରେ ବେଆଇନ ପ୍ରବେଶ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ ଚୋକସୀ ଏବେ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଶୁକ୍ରବାର ଠାରୁ ଚୋକସୀଙ୍କୁ ଭାରତ ଫେରାଇ ଆଣିବା ଲକ୍ଷ୍ୟରେ ଯାଇଥିବା ଚାର୍ଟାର୍ଡ ​​ଜେଟ୍ ଫେରି ଆସିଛି । ଡୋମିନିକା ପୋଲିସ ପୂର୍ବ କାରିବିଆନ୍ ସୁପ୍ରିମକୋର୍ଟରେ ଦାବି କରିଛି ଯେ ମେ ୨୪ ତାରିଖ ରାତି ପ୍ରାୟ ୧୧.୩୦ ସମୟରେ ଡୋମିନିକାର ଟୁକାରି ବାଇ ଠାରେ ଥିବା ଏକ ଜେଟି ନିକଟରେ ଚୋକ୍ସିଙ୍କୁ ସନ୍ଦେହଜନକ ଅବସ୍ଥାରେ ବସିଥିବାର ଦେଖିବାକୁ ମିଳିଥିଲା। ମେ ୨୮ ରେ ରାତି ପ୍ରାୟ ୯ ଟା ସମୟରେ ପୋଲିସ ତାଙ୍କୁ “ବେଆଇନ ପ୍ରବେଶ” ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲା। ଚାର୍ଜସିଟରେ ଡୋମିନିକା ପୋଲିସ ଉଲ୍ଲେଖ କରିଛି ଭାରତର ପିଏନସି ବ୍ୟାଙ୍କରେ ୧୩ ହଜାର ୫୭୮ କୋଟି ଦୁର୍ନୀତି କରି ୨୦୧୮ ଅଗଷ୍ଟ ୪ ତାରିଖରେ ଆଂଟିଗୁଆ ପଳାଇ ଆସିଥିଲା ଆଂଟିଗୁଆ । ପିଏନବି ଏହି ଘୋଟାଲା ନେଇ ଅଭିଯୋଗ ଆଣିବା ପରେ ପରେ ଚୋକସୀ ଭାରତ ଛାଡି ଦେଇଥିଲା ।

Related Posts