ମାର୍ଚ୍ଚ 23ରୁ ଫଟାଫଟ୍‌ କ୍ରିକେଟ୍‌ର ଲିଗ୍‌

ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌- IPL ର 12ତମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ । ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି ଏନେଇ ନିଷ୍ପତ୍ତି ନେଇଛି । ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ- ବିସିସିଆଇ ଏ ନେଇ ଖୁବ୍‌ ଶୀଘ୍ର ଘୋଷଣା କରାଯିବ ।

ପୂର୍ବରୁ ଚର୍ଚ୍ଚା ହେଉଥିଲା ୨୦୧୯ ନିର୍ବାଚନ ପାଇଁ ଖେଳ ବିଦେଶରେ ହୋଇପାରେ । କିନ୍ତୁ ଚଳିତବର୍ଷ ଏପ୍ରିଲ୍‌ କିମ୍ବା ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିଲେ ମଧ୍ୟ ଆଇପିଲ୍‌ ଭାରତ ବାହାରେ କରାଯିବାର କୌଣସି ଯୋଜନା ନାହିଁ । ଏ ବର୍ଷ ବି ଦେଶ ଭିତରେ ହିଁ ମ୍ୟାଚ୍‌ ଖେଳାଯିବ ବୋଲି ସ୍ଥିର ହୋଇଛି । ତେବେ, ଆଇପିଏଲ୍‌ ଶୀଘ୍ର ଶେଷ ହେଲେ ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌-୨୦୧୯ ପାଇଁ ଖେଳାଳି ମାନେ ଅଧିକ ସମୟ ପାଇବେ ।

Related Posts