
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ତେଜସ୍ବୀଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଅକ୍ଟୋବର ୧୮ ତାରିଖରେ ହାଜର ହେବାକୁ କହିଛନ୍ତି। ତେଜସ୍ଵୀଙ୍କର ଜାମିନ ବାତିଲ କରିବାକୁ ସିବିଆଇ ଆବେଦନ କରିଥିଲା। ସିବିଆଇର ଏହି ଆବେଦନ ଉପରେ ଜବାବ ରଖିବାକୁ ତେଜସ୍ବୀଙ୍କୁ କୋର୍ଟ ଅଧିକ ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣ ଅକ୍ଟୋବର ୧୮ ତାରିଖରେ ହେବ ଏହି ଶୁଣାଣି ସମୟରେ ତେଜସ୍ବୀଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି କୋର୍ଟଙ୍କ ତରଫରୁ ନୋଟିସ ଜାରି ହୋଇଛି।
ସୂଚନା ଅନୁସାରେ, ସିବିଆଇ ପକ୍ଷରୁ ଉରାଉସ ଆଭେନ୍ୟୁ କୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଏଥିରେ ତେଜସ୍ବୀଙ୍କ ଜାମିନ ବାତିଲ କରିବାକୁ ଦାବି ହୋଇଥିଲା। ସିବିଆଇ କହିଥିଲା ଯେ ତେଜସ୍ବୀ ଏକ ଗଣମାଧ୍ୟମ ସମ୍ମିଳନୀ କରି ଅଧିକାରୀମାନଙ୍କୁ ଧମକ ଦେଉଛନ୍ତି। ଏହା ଜାମିନ ସର୍ତ୍ତର ଉଲ୍ଲଂଘନ। ତେଣୁ ତାଙ୍କ ଜାମିନକୁ ବାତିଲ କରାଯିବା ଉଚିତ। ଏହା ପରେ କୋର୍ଟ ଏକ ନୋଟିସ ଜାରି କରି ତେଜସ୍ବୀଙ୍କଠାରୁ ଏହି ପ୍ରସଙ୍ଗରେ ଉତ୍ତର ମାଗିଥିଲେ। ବର୍ତ୍ତମାନ ତାଙ୍କ ଉତ୍ତର ଉପସ୍ଥାପନ କରିବାକୁ ତେଜସ୍ବୀଙ୍କୁ କୋର୍ଟ ଅଧିକ ସମୟ ଦେଇଛନ୍ତି।