ଡ୍ୟୁଟି ସାରି ମଧ୍ୟରାତ୍ରିରେ ଜଣେ ବାଳକ ଦୀର୍ଘ୧୦ କିମି ଦୌଡ଼ୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ; କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ୧୯ ବର୍ଷୀୟ ବାଳକ ଦୈଡ଼ୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ନିଛାଟିଆ ରାତିରେ ଏକା ଦୈଡ଼ିବାର ଭିଡିଓକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି । ସେପଟେ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତେବେ କିଏ ସେହି ବାଳକ ? କାହିଁକି ନିଛାଟିଆ ରାତିରେ ଦୈଡ଼ୁଛି ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଆସୁଛି । ବାଳକଟି କିଛି ଚିନ୍ତା ନକରି ରାସ୍ତା ଦୈଡୁଥିବା ସମୟରେ କାରରେ ଯାଉଥିବାର ଫିଲ୍ମ ନିର୍ମାତା ଭିନୋଦ କପ୍ରି ତାଙ୍କୁ ଦେଖିଥିଲେ । ଏବଂ ତାଙ୍କର ଏକ ଭିଡିଓ କରିଥିଲେ । ଯେଉଁଥିରେ ସେ ଦୌଡ଼ିବାର କାରଣ ପଚାରିଥିଲେ । ଏବଂ ତାଙ୍କୁ ଗାଡ଼ିରେ ଛାଡ଼ିଦେବେ ବୋଲି ମଧ୍ୟ ଅନେକ ଅନୁରୋଧ କରିଥିଲେ । କିନ୍ତୁ ଅନେକ ଅନୁରୋଧ ସତ୍ତ୍ୱେ ସେ ଏଥିରେ ରାଜି ହେଲେ ନାହିଁ । ବାସ୍ତବରେ, ୧୯ ବର୍ଷୀୟ ପ୍ରଦୀପ ମେହେରା ମ୍ୟାକଡୋନାଲ୍ଡ କମ୍ପାନୀରେ ଚାକିରି ସମାପ୍ତ କରିବା ପରେ ଦୌଡ଼ିବା ଅଭ୍ୟାସ କରୁଥିଲେ ।

କାରଣ ତାଙ୍କର ସ୍ୱପ୍ନ ହେଉଛି ସେନାରେ ଯୋଗଦେବା । ଯେତେବେଳେ ଭିଡିଓ ରେକର୍ଡିଂ ସହିତ କପ୍ରି ତାଙ୍କୁ ପଚାରିଲେ, ସେ କହିଥିଲେ ଯେ ସେ ଘରକୁ ଯାଇ ନିଜ ପାଇଁ ଏବଂ ତାଙ୍କ ବଡ଼ ଭାଇଙ୍କ ପାଇଁ ଖାଦ୍ୟ ରାନ୍ଧିବେ । ଉତ୍ତରାଖଣ୍ଡର ବାସିନ୍ଦା ପ୍ରଦୀପ ତାଙ୍କ ବଡ଼ ଭାଇଙ୍କ ସହ ନୋଏଡାରେ ରୁହନ୍ତି। ତାଙ୍କ ମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ପ୍ରଦୀପଙ୍କ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହୋଇଥିଲା। ପ୍ରଦିପ ତାଙ୍କୁ କହିଥିଲେ ଯେ କମ୍ପାନୀରେ ଚାକିରି କରିବା ପରେ ସେ ଅଭ୍ୟାସ ପାଇଁ ଅଧିକ ସମୟ ପାଇ ନ ଥିବାରୁ ସେ ପ୍ରତ୍ୟେକ ଦିନ ଏପରି ଦୌଡ଼ି ଘରକୁ ଯାଇଥାନ୍ତି । ଦୌଡ଼ର କାରଣ ସେ ସେନାରେ ଯୋଗଦେବା କହିଥିଲେ। ଏହା ପରେ କପ୍ରି ତାଙ୍କୁ କାରରେ ଏକ ଆସନ ପ୍ରଦାନ କରିଥିଲେ ଏବଂ ତାଙ୍କୁ ସକାଳୁ ଉଠି ଦୌଡ଼ିବାକୁ କହିଥିଲେ, କିନ୍ତୁ ସେ ଭଦ୍ର ଭାବରେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଉତ୍ତରାଖଣ୍ଡରୁ ଆସିଥିବା ପ୍ରଦୀପ କହିଛନ୍ତି ଯେ ତାଙ୍କ ଭାଇଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ସକାଳ ଆଠଟାରୁ ଉଠିବାକୁ ପଡିବ।

ତେଣୁ ପ୍ରତ୍ୟେକଦିନ ନୋଏଡା ସେକ୍ଟର ୧୬ ରୁ ବାରୋଲାସ୍ଥିତ ତାଙ୍କ ଘରକୁ ଦଶ କିଲୋମିଟର ସେ ଦୌଡ଼ିଥାନ୍ତି ବୋଲି କହିଛନ୍ତି । ସେପଟେ କପ୍ରି ମେହେରା କହିଛନ୍ତି ଯେ ତାଙ୍କ ଭିଡିଓ କ୍ଲିପ୍ ଖୁବ୍ ଶୀଘ୍ର ଭାଇରାଲ୍ ହେବାକୁ ଯାଉଛି। ଏହା ଉପରେ ସେ ହସି କହିଲେ, କିଏ ମୋତେ ଚିହ୍ନିବ, କିନ୍ତୁ ଯଦି ଏହା ଭାଇରାଲ ହୁଏ ତେବେ ଠିକ ଅଛି, ମୁଁ କିଛି ଭୁଲ କରୁନାହିଁ । କପ୍ରି ଏକାଠି ବସି ତାଙ୍କୁ ରାତ୍ରୀ ଭୋଜନ ମଧ୍ୟ କରିଥିଲେ, କିନ୍ତୁ ସେ ତାଙ୍କର ଲକ୍ଷ୍ୟ ଏବଂ ଦାୟିତ୍ୱ ଉପରେ ଜିଦ୍ ଧରିଥିଲେ। ସେ କହିଛନ୍ତି ଯେ ଯଦି ସେ ସେମାନଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଆନ୍ତି, ତେବେ ତାଙ୍କ ଭାଇ ଭୋକରେ ରହିବେ। ତାଙ୍କ ଭାଇ ଏକ କମ୍ପାନୀରେ ନାଇଟ୍ ସିଫ୍ଟରେ କାମ କରନ୍ତି, ତେଣୁ ସେ ନିଜ ପାଇଁ ରୋଷେଇ କରିପାରିବେ ନାହିଁ ବୋଲି କହିଥିଲେ । ଏହି ଭିଡିଓରେ ପ୍ରଦୀପଙ୍କର ଏପରି କିଛି କଥା ଦର୍ଶକଙ୍କୁ ମନକୁ ଛୁଇଁଛି । ତେଣୁ ଭିଡିଓଡ଼ି ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

Related Posts