‘ଜନ ଧନ ଯୋଜନା’ କୁ ପୁରିଲା ୮ ବର୍ଷ: ଖାତା ସଂଖ୍ୟା ୪୬.୨୫ କୋଟି

ନୂଆଦିଲ୍ଲୀ : ୨୦୧୪ର ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଜନ ଧନ ଯୋଜନା ର ଶୁଭାରମ୍ଭ କରିଥିଲେ । ତେବେ ଏହି ଯୋଜନାକୁ ଏବେ ୮ ବର୍ଷ ପୂରଣ କରିଛି । ଦେଶର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତା ଖୋଲିବା ଲାଗି ଆରମ୍ଭ ହୋଇଥିଲା ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଅଭିଯାନ ‘ଜନ ଧନ ଯୋଜନା’ ।

ଏହି ଯୋଜନା ମାଧ୍ୟମରେ ୨୦୨୨ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଜନ ଧନ ଖାତା ସଂଖ୍ୟା ୪୬.୨୫ କୋଟିରେ ପହଞ୍ଚିଛି ଓ ମୋଟ ଜମା ରାଶି ପରିମାଣ ୧୭୩,୯୫୪ କୋଟି ଟଙ୍କା ରହିଛି। ମୋଟ ଖାତା ମଧ୍ୟରୁ ୪୬.୨୫ ପ୍ରତିଶତ ମହିଳାଙ୍କ ନାମରେ ଖୋଲାଯାଇଥିବା ବେଳେ ୬୬.୭୯ ପ୍ରତିଶତ ଖାତାକୁ ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ଖୋଲାଯାଇଛି। ଜନ ଧନ ଖାତାରେ ହାରାହାରି ଜମା ରାଶି ପରିମାଣ ହେଉଛି ୩,୭୬୧ ଟଙ୍କା।

Related Posts