ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦୁଝରରେ ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମକାରୀ ଦାସ ମାଝିକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା । ଜରିମାନା ଦେଇ ନପାରିଲେ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ମାନସ କୁମାର ମିଶ୍ର । ଏହାସହ ପୀଡିତାଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ।୨୦୧୫ ମସିହାରେ ହରିଚନ୍ଦନପୁର ଥାନା ଅଞ୍ଚଳର ଖେଳିଆମୁଣ୍ଡା ଗାଁ ଏହି ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଦାସ ମାଝି ଘରେ ପଶି ନାବାଳିକାକୁ ଜୋର ଜବରଦସ୍ତ ଘରୁ ଉଠାଇ ନେଇ ପାଖ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ୧୫ ଜଣଙ୍କର ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

Related Posts