ଭୂମିକମ୍ପରେ ଥରିଲା କର୍ଣ୍ଣାଟକ: ରିକ୍ଟର ସ୍କେଲରେ ତୀବ୍ରତା ୪.୬ ରେକର୍ଡ

ବେଙ୍ଗାଲୁରୁ: ଥରିଲା କର୍ଣ୍ଣାଟକ। କର୍ଣ୍ଣାଟକ ବିଜୟପୁର ଓ ବାଗଲକୋଟ ଜଲ୍ଲା ଶନିବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ବିଜୟପୁର, ନାଗାଥାନା, ଅଲିୟାବାଦ, ଘୋସାଂଗି, କଲ୍ଲାକବତାଗି, ସୋମଦେବରାହଟ୍ଟି, ଇଣ୍ଡି ଓ ବସବାନାରେ ଆଜି ସାକଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି।

ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ବିଜୟପୁର ଜିଲ୍ଲା କମିଶନର ବିଜୟମହନ୍ତେଶ ଦାନମନାବର ସଂଯମତା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ଅଧିକାରୀମାନେ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରୁଥିଲେ। ଏହି ସମୟରେ, ବାଗଲକୋଟ, ଜାମଖଣ୍ଡି ସହର ଏବଂ ଏହାର ଆଖପାଖ ଅଞ୍ଚଳର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଥିଲା। ଜିଲ୍ଲା କର୍ତ୍ତୃପକ୍ଷ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏବଂ କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଅଧିକାରୀଙ୍କ ମଧ୍ୟରେ ଏହାକୁ ନେଇ ଆଲୋଚନା ଚାଲିଛି ।

Related Posts