‘ବାଂଲାଦେଶ ଏକ ଚ୍ୟାଲେଞ୍ଜିଂ ଦଳ, ବିଜୟ ସହଜ ହେବନି’; ରୋହିତ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରବିବାରଠୁ ବାଂଲାଦେଶ ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବାଂଲାଦେଶକୁ ହାଲୁକା ନେବାର ଭୁଲ୍ କରିବେ ନାହିଁ। ଘରୋଇ ଦଳ ଅନେକ ବର୍ଷ ଧରି ଉନ୍ନତ ପ୍ରଦର୍ଶନ କରି ଆସିଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ଦିନିକିଆ ଢାକାରେ ଖେଳାଯିବ।

ରୋହିତ ଶର୍ମା ମ୍ୟାଚ୍‌ର ପୂର୍ବ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଗତ ସାତ ଆଠ ବର୍ଷରେ ବାଂଲାଦେଶ ଏକ ଭିନ୍ନ ଦଳରେ ପରିଣତ ହୋଇଛି। ଏହା ଏକ ଚ୍ୟାଲେଞ୍ଜିଂ ଦଳ। ସେମାନଙ୍କ ବିପକ୍ଷରେ ବିଜୟ ସହଜରେ ମିଳିନାହିଁ। ଜିତିବା ପାଇଁ ହେଲେ ସେମାନଙ୍କ ବିପକ୍ଷରେ ଉନ୍ନତ କ୍ରିକେଟ୍ ଖେଳିବାକୁ ପଡିବ। ଆଇସିସି ଟି-୨୦ ବିଶ୍ଵ କପ୍‌ରେ ଦୁଇ ଦଳ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା। ୨୦୧୫ରେ ଏଠାରେ ଆମେ ସିରିଜ୍ ହାରିଥିଲୁ। ଆମେ କଦାପି ଏହା ଭାବିକି ଏଠାକୁ ଆସିନୁ ଯେ, ଏହି ଗସ୍ତ ଆମ ପାଇଁ ସହଜ ହେବ ବୋଲି ରୋହିତ ଶର୍ମା କହିଛନ୍ତି।

ତମିମ ଇକବାଲ ଏବଂ ତସ୍କିନ ଅହମ୍ମଦ ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡିଛନ୍ତି। ରୋହିତ ଶର୍ମା କହିଛନ୍ତି, ବାସ୍ତବରେ ତାଙ୍କ ନିକଟରେ ବହୁତ କ୍ଵାଲିଟି ଖେଳାଳି ରହିଛନ୍ତି। ହେଲେ ଦଳରେ ଟିକେ ଅନୁଭବର ଅଭାବ ରହିବ। ଏଥିରେ ବିପକ୍ଷ ଦଳକୁ ସୁଯୋଗ ମିଳିବ। ତମିମ ଏବଂ ତସ୍କିନ ଦୁଇ ଖେଳାଲି ବାଂଲାଦେଶ ପାଇଁ ଅନେକ ବର୍ଷ ଧରି ମ୍ୟାଚ୍ ବିଜୟୀ ଖେଳାଳି ରହିଛନ୍ତି।

Related Posts