ପଞ୍ଜାବରେ ଲୁଚିଛି ଆତଙ୍କବାଦୀ ମୁସା

ପଞ୍ଜାବରେ ଲୁଚିଛି କାଶ୍ମୀରୀ ଆତଙ୍କବାଦୀ ଜାକିର ମୁସା । ଏ ନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ, ସିଆଇଡି ଓ ସେନାର ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଏ ନେଇ ଏକ ଫଟୋ ମଧ୍ୟ ଜାରି କରାଯାଇଛି ।

ପଞ୍ଜାବର ଫିରୋଜପୁର ଏବଂ ଭଟିଣ୍ଡା ନିକଟରେ ଜାକିର ମୁସା ଲୁଚିଥିବା ନେଇେ ଫଟୋ ଜାରି କରାଯାଇଛି । ବେଶ ବଦଲାଇ ଶିଖ୍‌ ଯୁବକ ରୂପରେ ଜାକିର ମୁସା ଲୁଚିଥିବା ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି । ଏହାକୁ ନେଇ ଫିରୋଜପୁର ଏବଂ ଭଟିଣ୍ଡାରେ ହାଇ ଆଲର୍ଟ ଜାରି କରାଯାଇଛି ।

Related Posts