କର୍ଣ୍ଣାଟକ ପତାକାରେ ରାହୁଲ ଗାନ୍ଧୀଙ୍କ ଫଟୋ: ତାତିଲେ ରାଜ୍ୟବାସୀ

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଜାରି ରହିଛି ଭାରତ ଯୋଡ଼ ଯାତ୍ରା ଅଭିଯାନ। ବର୍ତ୍ତମାନ କର୍ଣ୍ଣାଟକରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଥିବା ବେଳେ ରାଜ୍ୟବାସୀ କଂଗ୍ରେସ ଉପରେ ଖପ୍ପା ହୋଇଯାଇଛନ୍ତି।

କର୍ଣ୍ଣାଟକ ପତାକାରେ ରାହୁଲ ଗାନ୍ଧୀଙ୍କର ଫଟୋ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ତାତିଛନ୍ତି ରାଜ୍ୟବାସୀ। ରାଜ୍ୟ ପତାକାରେ ରାହୁଲଙ୍କ ଫଟୋ ବ୍ୟବହାର ନକରିବାକୁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇଛନ୍ତି କର୍ଣ୍ଣାଟକର କିଛି ସଂସ୍ଥା।

କାନାଡ଼ା ଓ କର୍ଣ୍ଣାଟକର ପ୍ରତିକାତ୍ମକ ପତାକାରେ ହଳଦିଆ ଓ ଲାଲ୍‌ର ଏକ ପଟି ରହିଛି। ଏହା ଉଭୟ କାନାଡ଼ା ଓ କର୍ଣ୍ଣାଟକର ସିମ୍ବଲ। ତେବେ ରବିବାର କର୍ଣ୍ଣାୟକ ମୟୁସୁରରେ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ବେଳେ ଏହି ପତାକା ଉଡ଼ାଯାଇଥିଲା। ଯେଉଁଥିରେ ରାହୁଲ ଗାନ୍ଧୀଙ୍କର ଫଟୋ ରହିଥିଲା। ଯାହାକୁ ନେଇ ତୀବ୍ର ବିରୋଧ ହୋଇଛି। କାନାଡ଼ା ସମର୍ଥକମାନେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି।

ଏନେଇ କର୍ଣ୍ଣାଟକ ଆୟକର ମନ୍ତ୍ରୀ ଆର୍ ଅଶୋକ କହିଛନ୍ତି “ କାନାଡ଼ା ପତାକାରେ ଫଟୋ ଛାପିବା ଘଟଣାକୁ ମୁଁ ନିନ୍ଦା କରୁଛି। ଯେତେବେଳେ ସିଦ୍ଦରମାୟା କ୍ଷମତାରେ ଥିଲେ ସେତେବେଳେ ସେ ରାଜ୍ୟ ପତାକାରେ ପରିବର୍ତ୍ତନ କରିଥିଲେ। ସେହି ସମୟରେ ସବୁ କାନାଡ଼ ଲୋକ ଏହାକୁ ବିରୋଧ କରିବାରୁ ସେ ବାଧ୍ୟ ହୋଇ ପତାକା ବଦଳାଇଥିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ଫଟୋ ପତାକାରେ ରହିବା କଂଗ୍ରସ ପାଇଁ ଲଜ୍ଜା।”

ସୂଚନା ଥାଉକି କଂଗ୍ରେସର ଭାରତ ଯୋଡ଼ ଯାତ୍ରା ମୟୁସୁରରେ ଆରମ୍ଭ ହୋଇଛି। ଅକ୍ଟୋବର ୩ ତାରିଖରେ ରାହୁଲ ଗାନ୍ଧୀ ବର୍ଷାରେ ଭିଜି ଲୋକଙ୍କୁ ଯେଉଁ ସମ୍ବଧୋନ କରିଛନ୍ତି ତାର ଭିଡିଓ ଭାଇରାଲ ହେଉଛି।

ସେପ୍ଟେମ୍ବର ୭ କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରାରେ ୬୬୪ କିମି ଯାତ୍ରା ହୋଇସାରିଲାଣି। ବର୍ତ୍ତମାନ ଏହା କର୍ଣ୍ଣାଟକର ମାଣ୍ଡ୍ୟା ଆଭିମୁଖେ ଯାଉଛି। ଏଥିରେ ଯୋଗ ଦେବା ପାଇଁ ସୋନିଆ ଗାନ୍ଧୀ ମଧ୍ୟ କର୍ଣ୍ଣାୟକର ମୟୁସର ବିମାନବନ୍ଦରରେ ପହଞ୍ଚିଛନ୍ତି

Related Posts