ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଏବଂ ସମସ୍ତ କର୍ମଚାରୀଙ୍କ ହେବ RTPCR ଟେଷ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବିଧାନସଭା ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଡ ଘୋଷଣା । ଏଣିକି ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ ଏବଂ ସମସ୍ତ କର୍ମଚାରୀଙ୍କ RTPCR ଟେଷ୍ଟ ବାଧ୍ୟତାମୂଳକ । ଏନେଇ ତିନିଦିନ ଧରି ଆସନ୍ତା ୨୯,୩୦ ଏବଂ ୩୧ ତାରିଖରେ ବିଧାନସଭା ପରିସରରେ ଟିକକରଣ କରାଯିବ । ଦୁଇ ଦଫାରେ ଏହି ଟିକା ପ୍ରଦାନ କରାଯିବ ।

ସକାଳ ୮.୩୦ରୁ ଆରମ୍ଭ ହୋଇ ୧.୩୦ରେ ପ୍ରଥମ ଓଳି ଟିକା ଦିଆଯିବାକୁ ଥିବା ବେଳେ ଅପରାହ୍ନ ୩ରୁ ଆରମ୍ଭ ହୋଇ ୫ଟା ପର୍ଯ୍ୟନ୍ତ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଅପରିପକ୍ଷେ ବିଧାନସଭା ପରିସରରେ ପ୍ରବେଶ ପାଇଁ RTPCR ଟେଷ୍ଟ ବାଧ୍ୟତାମୂଳକ ବୋଲି ବାଚସ୍ପତି କହିଛନ୍ତି । ଏପରିକି ରାଜ୍ୟର ରାଜ୍ୟର ସମସ୍ତ ବିଧାୟକ ଏବଂ ବିଧାନସଭା କର୍ମଚାରୀଙ୍କର ଆର୍‌ଟିପିସିଆର୍ ଟେଷ୍ଟ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Posts