ତାଲିବାନ ଆତଙ୍କରୁ ଭାରତ ଫେରିବା ପରେ କୁନି ଭାଇକୁ ଗେଲ କଲା ବଡ଼ ଭଉଣୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନ ବର୍ବରତାର ଦୃଶ୍ୟ ଦେଖିବାକୁ ମିଳୁଛି । ଆଫଗାନିସ୍ତାନ ସାଧାରଣ ନାଗରିକଙ୍କ ଜୀବନ ଏବେ ବିପଦରେ। ତାଲିବାନର ଅତ୍ୟାଚାରର ସମ୍ମୁଖୀନ ହୋଇ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି।  ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଦେଶର ଲୋକଙ୍କ ସମେତ ଆଫଗାନିସ୍ତାନର ନାଗରିକମାନେ ମଧ୍ୟ ଦେଶ ବାହାରକୁ ଯିବାକୁ ଚେଷ୍ଟା କରୁଛନ୍ତି ।

ଭାରତ ସରକାର ମଧ୍ୟ ଆଫଗାନିସ୍ତାନରୁ ସମସ୍ତ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନରେ ନିୟୋଜିତ ଅଛନ୍ତି । ଭାରତୀୟଙ୍କ ସମେତ ଆଫଗାନିସ୍ତାନର ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଭାରତ ଆସୁଛନ୍ତି। ଆଜି ଭାରତୀୟ ବାୟୁସେନାର ସି -୧୭ ଗ୍ଲୋବମାଷ୍ଟର ୧୬୮ ଜଣଙ୍କୁ ଗାଜିଆବାଦର ହିଡନ ଏୟାରବେସରେ ବିମାନ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ୧୦୭ ଜଣ ଭାରତୀୟ ନାଗରିକ। ତେବେ ଏହା ମଧ୍ୟରେ ଭାରତ ଫେରିଥିବ ଏକ ପରିବାରର ଭାଇ ଭଉଣୀଙ୍କ ସ୍ନେହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଭାରତ ଫେରିଥିବା ୧୬୮ ଜଣ ଭାରତୀୟଙ୍କ ମଧ୍ୟରେ ଏକ ଶିଶୁ ମଧ୍ୟ ଥିଲା। ତେବେ ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଆଫଗାନିସ୍ତାନରୁ କୁନି ଭାଇ ସୁରକ୍ଷିତ ଫେରିବା ପରେ ବଡ଼ ଭଉଣୀ ଜଣକ ଖୁସିରେ ଭାଇକୁ ଗେଲ କରି ପକାଉଛି। କାବୁଲରୁ ଫେରିବା ପରେ ଏୟାରପୋର୍ଟରେ ଭାଇ- ଭାଉଣୀଙ୍କ ଅନାବିଳ ପ୍ରେମ ଭିଡିଓ ସାମ୍ନାକୁ ଆସଛି ।ସେ ଖୁସିରେ ବାରମ୍ବାର ଭାଇକୁ ଆଲିଙ୍ଗନ କରୁଛି। ଭଉଣୀ ହୃଦୟଙ୍ଗମ କରୁଛି ଯେ ମୋ ପରିବାର ଏବଂ ମୋ ଭାଇ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ୧୫ ସେକେଣ୍ଡ୍ ଭିଡିଓରେ ଅନେକ ଲୋକଙ୍କ ମନ ଜିଣିଛି। 

Related Posts