ଜାମ୍ମୁ-କାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍‌ରେ ଭୂସ୍ଖଳନ: ୪ ମୃତ, ୬ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର କିସ୍ତୱାଡ଼ ଜିଲ୍ଲାରେ ନିର୍ମାଣାଧିନ ରତେଲ ବିଦ୍ୟୁତ ପ୍ରକଳ୍ପ ସାଇଟ୍‌ରେ ଭୂସ୍ଖଳନ ଘଟିଛି । ଫଳରେ ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

ଘଟଣା ସମ୍ପର୍କରେ ସୂଚନା ଦେଇ କିସ୍ତୱାର ଡେପୁଟି କମିଶନର ଦେବାଶଂ ଯାଦବ କହିଛନ୍ତି ” ଭୁସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଆହତ ହୋଇଛନ୍ତି।”

ଗତକାଲି ଏହି ଦୁର୍ଘଟଣା ଘଟିବା ପରେ ଟ୍ୱିଟ୍ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ। ସେ ନିୟମିତ ଉଦ୍ଧାରକାର୍ଯ୍ୟର ଯାଞ୍ଚ କରୁଛନ୍ତି ବୋଲି କହିଥିଲେ। ଘଟଣା ସ୍ଥଳରେ ମୁତୟନ ହୋଇଥିବା ୬ ଉଦ୍ଧାରକାରୀ ଦଳ ଏଥିରେ ଫସି ରହିଥିବା କହିଥିଲେ।

ଜାମ୍ମୁ-କାଶ୍ମୀର ଚେନାବ ନଦୀ ଉପରେ ଏହି ରତେଲ ବିଦ୍ୟୁତ୍ ପ୍ରକଳ୍ପର ତିଆରି କାମ ଚାଲିଛି। କୋଟି କୋଟି ଟଙ୍କା ବ୍ୟୟରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେଉଛି।

Related Posts