ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ ନେଇ ମହାରାଷ୍ଟ୍ର ‘ବିଜେପି’ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ ଙ୍କ ଚାଂଚଲ୍ୟକର ବୟାନ: ଦୈନିକ ମାତ୍ର ୨ ଘଣ୍ଟା ଶୁଅନ୍ତି ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ‘ବିଜେପି’ ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‌ ଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଉପରେ ଦେଇଥିବା ଏକ ଟିପଣିକୁ ନେଇ ଜୋର ଧରିଛି ଚର୍ଚା | ପ୍ରଧାନମନ୍ତ୍ରୀ ଦୈନିକ ମାତ୍ର ୨ ଘଣ୍ଟା ସୋଉଥିବା ସେ କହିଛନ୍ତି | ଏଥିସହ ସେ କିପରି ଆଦୌ ନ ଶୋଇ ଦେଶ ପାଇଁ ୨୪ ଘଣ୍ଟା କାର୍ଯ୍ୟ କରି ପାରିବେ ସେନେଇ ଗୋଟାଏ ପରୀକ୍ଷା କରୁଛନ୍ତି ବୋଲି ଦାବି କରିଛନ୍ତି।

କୋହ୍ଲାପୁର ଉତ୍ତର ବିଧାନସଭା ଉପନିର୍ବାଚନ ପୂର୍ବରୁ ନିକଟ ଅତୀତରେ କୋହ୍ଲାପୁରରେ ‘ବିଜେପି’ କର୍ମୀମାନଙ୍କୁ ଉଦ୍‌ବୋଧନ ଦେବା ବେଳେ ପାଟିଲ୍‌ କହିଛନ୍ତି, ପ୍ରତିଦିନ ପ୍ରଧାନମନ୍ତ୍ରୀ ମୋଦୀ ମାତ୍ର ୨ ଘଣ୍ଟା ଶୁଅନ୍ତି ଏବଂ ୨୨ ଘଣ୍ଟା କାମ କରନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆଦୌ ନ ଶୋଇବା ପାଇଁ ମଧ୍ୟ ସେ ପରୀକ୍ଷା ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶ ପାଇଁ ପ୍ରତି ମୁହୂର୍ତ୍ତରେ କାମ କରୁଛନ୍ତି। ନିଦ୍ରାକୁ ବାଧା ଦେଇ କିଭଳି ଦେଶ ପାଇଁ ୨୪ ଘଣ୍ଟା କାମ କରିହେବ, ସେଥିପାଇଁ ସେ ଉଦ୍ୟମ ଚଳାଇଛନ୍ତି। ସେ ଗୋଟିଏ ମୁହୂର୍ତ୍ତ ବି ନଷ୍ଟ କରନ୍ତି ନାହିଁ। ତେବେ ଏବେ ତାଙ୍କର ଏହି ବୟାନ ନେଇ ଚର୍ଚା ଜୋର ଧରିଛି |

Related Posts