ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, କାଲି ଶପଥ ନେଇ ପାରନ୍ତି ୧୪ ମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁ ବାଦ ବିବାଦ ପରେ ମହାରାଷ୍ଟ୍ର ସରକାରର କ୍ୟାବିନେଟ୍ ସମ୍ପ୍ରସାରଣ ହେବାକୁ ଯାଉଛି। ତେବେ ଆସନ୍ତା କାଲି ମହାରାଷ୍ଟ୍ର ସରକାରର ୧୪ ମନ୍ତ୍ରୀ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି। ରାଜ୍ୟର ସମସ୍ତ ପ୍ରାନ୍ତରୁ ଜଣେ ଜଣେ ମନ୍ତ୍ରୀ ଶପଥ ନେବା ନେଇ ଆଲୋଚନା ହେଉଛି।ତେବେ ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, ଚନ୍ଦ୍ରକାନ୍ତ ପାଟିଲ, ଗିରିଶ ମହାଜନଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି। ସେହିପରି ସିନ୍ଦେ ଦଳରୁ ଗୁଲାବ ରଘୁନାଥ ପାଟିଲ, ସାଦା ସରବନକର ଏବଂ ଦୀପକ ବସନ୍ତ କେସରକର ଆସନ୍ତାକାଲି ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ ଶିବସେନାରେ ବିଦ୍ରୋହ ପରେ ଏକାନାଥ ଶିନ୍ଦେ ଏବଂ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଜୁନ୍ ୩୦ ରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେହି ଦିନଠାରୁ ରାଜ୍ୟ କ୍ୟାବିନେଟରେ ଏହି ଦୁଇଜଣ ସଦସ୍ୟ ହିଁ କାର୍ଯ୍ୟ କରିଆସୁଥିଲେ। ଏହାପରେ ବିରୋଧୀ ବାରମ୍ବାର ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିବା ପରେ ଆସନ୍ତା କାଲି ମହାରାଷ୍ଟ୍ର ସରକାରର ସମ୍ପ୍ରସାରଣ ହେବା ନେଇ ସୂଚନା ମିଳିଛି।

Related Posts