ପାକିସ୍ତାନର ଘାତକ ବାଉନ୍ସରେ ବ୍ୟାଟ୍ସମ୍ୟାନଙ୍କ ହେଲମେଟ ଦୁଇଖଣ୍ଡ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ପାକିସ୍ତାନ ଓ ଜିମ୍ବାୱେ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଜିମ୍ବାୱେ ମାଟିରେ ଖେଳାଯାଉଛି । ପାକିସ୍ତାନ ଏବଂ ଜିମ୍ବାୱେ ପରସ୍ପର ବିରୋଧରେ ଦ୍ୱିତୀୟ T20 ମ୍ୟାଚ ଚାଲୁଥିବା ସମୟରେ ଏକ ଭୟଙ୍କର ଘଟଣା ଘଟିଥିଲା। ପାକିସ୍ତାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ ମ୍ୟାଚ ଖେଳୁଥିବା ୨୦ବର୍ଷୀୟ ଅର୍ଶଦ ଇକବାଲ ତାଙ୍କ ଦ୍ୱିତୀୟ ଓଭରରେ ଏକ ମାରାତ୍ମକ ବାଉନ୍ସର ବଲ ବ୍ୟାଟ୍ସମ୍ୟାନ ଟିନାଶ କାମୁନହୁକାମୱେଙ୍କ ହେଲମେଟକୁ ଆଘାତ କରିଥିଲା। ବଲଟି ହେଲମେଟରେ ବାଜିବାରୁ ହେଲମେଟଟି ଦୁଇଖଣ୍ଡ ହୋଇ ଭାଙ୍ଗିଯାଇଥିଲା। ହେଲମେଟ ଦୁଇଖଣ୍ଡ ହୋଇ ଭାଙ୍ଗିବା ସହ ବାହାରପଟ ଅଂଶ ଗ୍ରାଉଣ୍ଡ ଉପରେ ପଡିଥିଲା। କାମୁନହୁକାମୱେ ହେଲମେଟଟି ଭାଙ୍ଗିବା ଦେଖି ଭୟଭୀତ ହୋଇଯାଇଥିବା ଦେଖା ଯାଇଥିଲା। ପାକିସ୍ତାନ ଫିଲ୍ଡରମାନେ ସାହାଯ୍ୟ ପାଇଁ ତାଙ୍କ ପାଖକୁ ଦୌଡ଼ି ଆସିଥିଲେ ଏବଂ ଡାକ୍ତରୀ ଦଳ ଖେଳାଳିଙ୍କ ସ୍ଥିତି ଯାଞ୍ଚ କରିଥିଲେ। ପ୍ରଥମେ ବ୍ୟାଟିଂ କରୁଥିବାବେଳେ ଜିମ୍ବାୱେ ନିଜ ଖାତାରେ ୧୧୮ରନ୍ ସଂଗ୍ରହ କରିଥିଲା ଜିମ୍ବାୱେ ଶେଷରେ ଭଲ ବୋଲିଂ କରିବାରୁ ପାକିସ୍ତାନ ଧରାଶାଇ ହେବାସହ ୧୯ ରନରେ ଜିମ୍ବାୱେ ବିଜୟ ହାସଲ କରିଥିଲା। ପାକିସ୍ତାନ ଟଚ ଜିତି ଜିମ୍ବାୱେକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲା ସେମାନେ ୧୧୮ ରନ୍‌ର ଟାର୍ଗେଟ ଦେଇଥିବା ବେଳେ ଦଳ ତରଫରୁ କାମୁନହୁକାମୱେ ନିଜେ ୩୪ ରନ୍ ସଂଗ୍ରହ କରି ବ୍ୟକ୍ତିଗତ ସର୍ବାଧିକ ସ୍କୋର କରିଥିଲେ। ଦଳ ତରଫରୁ ମହମ୍ମଦ ହସନେନ ଦୁଇଟି ୱିକେଟ୍ ନେଇଥିଲେ। ପାକିସ୍ତାନ ବ୍ୟାଟିଂ ଅର୍ଡର ରେ ଉଇକେଟେ ପତନ ହୋଇବା ସତେ ଦଳ ତରଫରୁ ବାବର ଆଜାମ ୪୧ ରନର ଏକ ଭଲ ଇନିସ ଖେଳିଥିଲେ କିନ୍ତୁ ଅନ୍ୟ ପଟୁ ଉଇକେଟ ପତନ ହେତୁ ସମର୍ଥନ ପାଇବାରେ ବିଫଳ ହୋଇଥିଲେ। ଟି-୨୦ ସିରିଜ୍ ବର୍ତ୍ତମାନ ୧-୧ ସ୍ଥିର ରହିଛି.

Related Posts