ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୁଇ ମହିଳା ପ୍ରଫେସରଙ୍କୁ ସହାୟତା ରାଶି ଦେବାକୁ ପୋଲିସକୁ ମହାରାଷ୍ଟ୍ର ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଗତ ଦୁଇ ଦଶନ୍ଧି ଧରି ମୁମ୍ବାଇର ଦୁଇଟି କଲେଜରେ ପ୍ରିନ୍ସିପାଲ ଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆସିଥିଲା। ଏହି ଘଟଣାରେ ନିର୍ଯ୍ୟାତନାର ଶୀକାର ହୋଇଥିବା ଦୁଇ ଜଣ ମହିଳାଙ୍କ ଅଭିଯୋଗକୁ ପୋଲିସ ଗମ୍ଭୀରତାର ସହ ନେଇ ନଥିବାରୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମହାରାଷ୍ଟ୍ରର ରାଜ୍ୟ ମାନବ ଅଧିକାର ଆୟୋଗ (SHRC) ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମହିଳ ଦୁଇ ଜଣଙ୍କ ଅଭିଯୋଗକୁ ନିରୁତ୍ସାହିତ କରିଥିବାରୁ ଏହି ଦୁଇଟି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ SHRC ମୁମ୍ବାଇ ବିଶ୍ୱବିଦ୍ୟାଳୟ (MU) କୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ପ୍ରିନ୍ସିପାଲଙ୍କ ବିରୋଧରେ ୨୦୨୦ ଜାନୁଆରୀ ଓ ଫେବ୍ରୁଆରି ମାସରେ ମହିଳି ଦୁଇ ଜଣ ଅଭିଯୋଗ ଦାଖଲ କରିଥିଲେ। ତେବେ ଗତ ସେପ୍ଟେମ୍ବର ମାସରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା। ନିର୍ଯ୍ୟାତନାର ଶୀକାର ହୋଇଥିବା ମହିଳା ଦୁଇ ଜଣଙ୍କୁ ଅଭିଯୋଗ ଦାଖଲ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ପୋଲିସ ମାମଲା ରୁଜୁ କରୁନଥିବାରୁ ପ୍ରାୟ ଏକ ଦଶନ୍ଧି ସମୟ ଲାଗିଗଲା। ଶେଷରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଙ୍କ ହସ୍ତକ୍ଷେପ ପରେ ଗୋଟିଏ ମାମଲା ରୁଜୁ ହୋଇଥିଲା। ଅନ୍ୟ ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ପାଇଁ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ଆଗକୁ ଆସିଥିଲେ। SHRC ଅଧ୍ୟକ୍ଷ ପୂର୍ବତନ ମୁଖ୍ୟ ବିଚାରପତି ଏମ ଏ ସୟିଦ 27 ଏପ୍ରିଲ 2021 ରେ ଅବସର ନେବା ପୂର୍ବରୁ ଏହା ଆଦେଶ ଦେଇଥିଲା। କିନ୍ତୁ ଲକଡାଉନ ଯୋଗୁଁ ବିଳମ୍ବ ହେତୁ ମେ 31 ରେ ଏହି ନିର୍ଦ୍ଦେଶ ଜାରି କରାଯାଇଥିଲା। ପ୍ରଥମ ଅଭିଯୋଗ ଅନୁଯାୟୀ,  1992 ମସିହାରୁ ମହିଳା ଜଣକ ପ୍ରଫେସର ଭାବେ ଉକ୍ତ କଲେଜରେ କାର୍ଯ୍ୟ କରିଆସୁଥିଲେ। 2003 ରେ ଅଭିଯୁକ୍ତ ଜଣକ ପ୍ରିନ୍ସିପାଲ୍ ଭାବେ ସେହି କଲେଜରେ ଯୋଗ ଦେଇଥିଲେ। ବ୍ୟକ୍ତି ଜଣକ 2004 ରୁ ତାଙ୍କୁ ଅଶ୍ଳୀଳ ଫଟୋଗ୍ରାଫ୍ ଦେଖାଇ ତାଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ। ମହିଳା ପ୍ରଫେସରଙ୍କୁ ତାଙ୍କ “ଗର୍ଲଫ୍ରେଣ୍ଡ” ହେବାକୁ ବାଧ୍ୟ କରିଥିଲେ। ତେବେ SHRC ଙ୍କ ଅନୁସନ୍ଧାନରୁ ଜଣାପଡିଛି ଯେ ଯେତେବେଳେ ମହିଳା ପ୍ରଫେସର ଜଣଙ୍କ ଡିସେମ୍ବର 2004 ରେ କଲେଜ ପରିଚାଳନା କମିଟିରେ ଅଭିଯୋଗ କରିଥିଲେ, କିନ୍ତୁ ସେତେବେଳେ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଇନଥିଲା। ଏହି ଘଟଣାର ତିନି ବର୍ଷ ପରେ, ଡିସେମ୍ବର 2007 ରେ, ସେ ଅଭିଯୋଗ ଦାଖଲ କରିବାକୁ ତିଲକ ନାଗର ପୋଲିସ ଷ୍ଟେସନରେ ପହଞ୍ଚି ଥିଲେ । ସେଠାରେ ମଧ୍ଯ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା । ଜାନୁଆରୀ 2008 ରେ ଅଭିଯୁକ୍ତ ପ୍ରିନ୍ସିପାଲଙ୍କୁ ଇସ୍ତଫା ଦେବାକୁ ପଡିଲା। ତା’ପରେ ସେ ଅନ୍ୟ ଏକ କଲେଜରେ ପ୍ରିନ୍ସିପାଲ୍ ଭାବେ ଯୋଗଦେଲେ । ଦ୍ବିତୀୟ ଅଭିଯୋଗକାରୀ ଅକ୍ଟୋବର 2016 ରେ, ସାଇକୋଲୋଜିଷ୍ଟ, କଲେଜରେ ଏକ ଆଲୋଚନାଚକ୍ରରେ ତାଙ୍କୁ ଭେଟିଥିଲେ । SHRC ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଉକ୍ତ ମହିଳା ଜଣଙ୍କ ମଧ୍ୟ ତାଙ୍କ ନିର୍ଯ୍ୟାତନାର ଶୀକାର ହୋଇଥିଲେ। ମହିଳା ଜଣକ କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଉଭୟ ସ୍ଥାନରୁ ବିଫଳ ହେବା ପରେ ମହିଳା ଜଣକ ଏନସିଡବ୍ଲୁ ସମେତ ଅନେକ ଏଜେନ୍ସିରେ ଅଭିଯୋଗ କରିଥିଲେ । ଏହାପରେ ଏନସିଡବ୍ଲୁ ତାଙ୍କ ଅଭିଯୋଗ ମୁମ୍ବାଇ ପୋଲିସ କମିଶନରଙ୍କ ନିକଟକୁ ପଠାଇଥିଲେ, ପରେ ଜୁହୁ ପୋଲିସ ଦ୍ୱାରା ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା।  ଫେବୃଆରୀ 15 ରେ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇଥିଲା। ଯୌନ ଉତ୍ପୀଡ଼ନ ଅଭିଯୋଗରେ ମହାରାଷ୍ଟ୍ର ମାନବାଧିକାର ଦୁଇ ମହିଳା ପ୍ରଫେସରଙ୍କୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts