ଟିକାକରଣକୁ ନେଇ ଅଖିଳେଶ ସାରା ଦେଶକୁ ବିଭ୍ରାନ୍ତ କରିଥିଲେ: ଅମିତ ଶାହା

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟ ଗୁଡ଼ିକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛନ୍ତି । ବିଶେଷକରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି । ସେପଟେ ୟୁପି ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର ହେବାରେ ଲାଗିଛି । ନେତାମାନେ ପରସ୍ପର ବିରୋଧରେ କହୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏକ ବୟାନ ସାମ୍ନାକୁ ଆସିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଅଖିଳେଶ ବାବୁ ଟିକାକୁ ବିରୋଧ କରୁଥିଲେ । ଏବଂ ଏହା ହେଉଛି ବିଜେପିର ଟିକା ତେଣୁ ଆମେ ଏହାକୁ ଲଗାଇବୁ ନାହିଁ ବୋଲି କହିଥିଲେ ।

ଏପରି କରି ସେ ଦେଶ ତଥା ଉତ୍ତରପ୍ରଦେଶର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରେ ନିଜେ ଏହି ଟିକାକୁ ନେଇଥିଲେ । ଯଦି ଲୋକମାନେ ସେମାନଙ୍କ କଥା ଶୁଣି ଟିକା ନଲଗାଇଥାନ୍ତେ, ତାହାଲେ ସେମାନେ କରୋନାର ତୃତୀୟ ତରଙ୍ଗରେ ବଞ୍ଚିଥାନ୍ତେ କି? ବୋଲି ଶାହା କହିଛନ୍ତି । ଏହା ସହ ମାଉସୀ-ଭଣଜା ସରକାର ଆଲିଗଡରେ ଥିବା ଲକ୍ କାରଖାନାକୁ ତାଲା ପକାଇ ଦେଇଛନ୍ତି। ବିଜେପି ସରକାରଙ୍କ ଗୋଟିଏ ଜିଲ୍ଲା ଉତ୍ପାଦ ଅଧୀନରେ ଏହି ଲକ୍ ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହିତ କରାଯାଇଥିଲା । ବର୍ତ୍ତମାନ ଏଠାରେ ଶହ ଶହ ଲକ୍ ତିଆରି କାରଖାନା ପୁଣି ଆରମ୍ଭ ହୋଇଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

Related Posts