ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବା ପାଇଁ କୋଲିକତା ହାଇକୋର୍ଟରେ ଦାୟର ହେଲା ୟାଚିକା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ତୁରନ୍ତ ତାଙ୍କ ପଦରୁ ହଟାଇବା ପାଇଁ କୋଲିକତା ହାଇକୋର୍ଟରେ ଦାଏର ହେଲା ରୋଚିକା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ରାଜ୍ୟପାଳଙ୍କ ବିରୋଧରେ ଏହି ରିଟ୍ ପିଟିସନ ରାମ ପ୍ରସାଦ ସରକାର ନାମକ ଜଣେ ଓକିଲ ଦାୟର କରିଥିବାର ସୂଚନା ମିଳିଛି । ଅନ୍ୟପଟେ ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ତିକ୍ତତା କ୍ରମେ ବୃଦ୍ଧି ପାଇବାରେ ଲାଗିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କ ଉପରେ ପୋଲିସ ଅଧିକାରୀଙ୍କୁ ଧମକାଇବା ଅଭିଯୋଗ ଆଣି ଟୁଇଟରରେ ତାଙ୍କୁ ବ୍ଲକ କରି ଦେଇଥିଲେ। ଧନକଡ଼ ଏହାର ଜବାବ ଦେଇଥିଲେ ଓ ମନେ ପକାଇଥିଲେ କି ରାଜ୍ୟର ପ୍ରଶାସନିକ ମାମଲା ଓ ଆଇନ ପ୍ରସ୍ତାବ ସମ୍ବନ୍ଧିତ ସୂଚନା ପ୍ରଦାନ କରିବା ସମ୍ବିଧାନର ଅନୁଚ୍ଛେଦ ୧୬୭ ଅଧିନରେ ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ଅଟେ। ରାଜ୍ୟରେ କୌଣସି ନା କୌଣସି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ତୁ ତୁମ ମେଁ ମେଁ ଜାରି ରହିଛି।

Related Posts