ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ବିସ୍ଫୋରଣ: ଚାରି ଚୀନ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ପାକିସ୍ତାନର କରାଚି ବିଶ୍ୱବିଦ୍ୟାଳୟରେ ଏକ ବଡ଼ ଅଘଟଣ ଘଟିଛି । ଏହି ବଡ଼ ଧରଣର ବିସ୍ଫୋରଣ ରେ 4 ଜଣଙ୍କ ମୃତ୍ୟୁ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ଆହରୁ ଅଧିକ ହେବାର ଆଶଂକା ରହିଛି। ମୃତ ସମସ୍ତ ଚାରି ଜଣ ଚୀନ ନାଗରିକ ହୋଇଥିବା ଜଣାପଡିଛି। ପାକିସ୍ତାନର ସିନ୍ଧ ପ୍ରାନ୍ତର କରାଚି ସହର ସ୍ଥିତ ଏହି ବିଶ୍ୱବିଦ୍ୟାଳୟରେ ଏହି ପରି ବିସ୍ଫୋରଣ ଏକ ବଡ଼ ଘଟଣା। ଏହି ବିସ୍ଫୋରଣ କରାଚି ବିଶ୍ୱବିଦ୍ୟାଳୟର କମର୍ସ ବିଭାଗ ନିକଟରେ ହୋଇଥିବା ଜଣାପଡିଛି। ସିନ୍ଧ ପୋଲିସ ଘଟଣାକୁ ସ୍ପଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ମୁରାଦ ଅଲୀ ଶାହଙ୍କୁ ଏବାବଦରେ ସୂଚନା ଦିଆଯାଇଛି।

ଏହି ବିସ୍ଫୋରଣ ପ୍ରାୟ ଅପରାହ୍ଣ ୨.୩୦ଟାରେ ହୋଇଥିଲା। ଗୋଟିଏ ଭ୍ୟାନରେ ଏହି ବିସ୍ଫୋରଣ ଘଟିଥିଲା। ପାକିସ୍ତାନର ଟିଭି ଚ୍ୟାନେଲର ଫୁଟେଜ୍ ଅନୁସାରେ ଏକ ଧଳା ଭ୍ୟାନରେ ଏହି ବିସ୍ଫୋରଣ ହୋଇଛି । ଏହାପରେ ଚାରିଆଡେ ଧୂଆଁ ଖେଳି ଯାଇଥିଲା। ଘଟଣାସ୍ଥଳରେ ବଡ଼ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

ତେବେ ବିସ୍ପୋରଣ କିପରି ଘଟିଲା ଓ କାହିଁକି ଘଟିଲା ସେନେଇ କିଛି ତଥ୍ୟ ମିଳିନାହିଁ।

Related Posts