ବିଧାନସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ । ଏହି ଯୋଜନାକୁ ନେଇ ଅନେକ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ଓ ବିଜେପିର ସଦସ୍ୟ। ବର୍ତ୍ତମାନ ସୁଦ୍ଧା ବି ଅନେକ ହସ୍ପିଟାଲ ସହ ଅନୁବନ୍ଧନ ହୋଇଥିଲେ ବି ସେମାନେ ସେବା ଯୋଗାଇ ଦେଉ ନାହାନ୍ତି।ଏଥିରେ ହସ୍ପିଟାଲ ସହିତ କିଛି କମ୍ୟୁନିକେସନ ଗ୍ୟାପ ଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ଭିତରେ ୩୧୫ ବେସରକାରୀ ହସ୍ପିଟାଲ ଓ ରାଜ୍ୟ ବାହାରେ ୧୫ଟି ହସ୍ପିଟାଲକୁ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୧ ମସିହା ସେପ୍ଟେମ୍ବର ମାସରୁ ଆଜି ସୁଦ୍ଧା ୧୨୦୫୫୨ ଏଥିଲାଗି ପରିବାର ଆବେଦନ କରିଛନ୍ତି। ରାଜ୍ୟ ସରକାର ଏଯାଏ ୨୩୧୩୮୬୩୦୯୮ ଟଙ୍କା ପଇଠ କରିଛନ୍ତି। ବିଧାନସଭାର ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏହି ଉତ୍ତର ରଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts