କଂଗ୍ରେସର ମିଶନ ୨୦୨୪; ଦଳର ବରିଷ୍ଠ ନେତାଙ୍କୁ ନେଇ ଗଠନ ହେଲା ଏମପାୱାର୍ଡ ଆକ୍ସନ ଗ୍ରୁଫ ୨୦୨୪

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ୨୦୨୪ ନିର୍ବାଚନ ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି । କାହିଁକିନା ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବରେ ସୋନିଆ ଗାନ୍ଧୀ ଦଳର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଏକ ସଶକ୍ତୀକରଣ ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ କରିଛନ୍ତି। ଏହି ଗୋଷ୍ଠୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କାର୍ୟ୍ୟ କରିବ ବୋଲି ସୂଚନା ମିଳିଛି । ଯେତେବେଳେ ତାଙ୍କୁ ପ୍ରଶାନ୍ତ କିଶୋରଙ୍କ ପ୍ରସ୍ତାବ ଉପରେ ପ୍ରଶ୍ନ ପଚରାଯାଇଥିଲା ସେତେବେଳେ କଂଗ୍ରେସ ନେତା ରଣଦୀପ ସୁରଜୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସୋନିଆ ଗାନ୍ଧୀ ଏକ ସଶକ୍ତୀକରଣ ଆକ୍ସନ୍ ଗ୍ରୁପ୍ ୨୦୨୪ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ଏହା ଗଠନ ହେବ, ଆମେ ଏହାର ପ୍ରତ୍ୟେକ ସଦସ୍ୟ ଏବଂ ସେମାନଙ୍କର ଭୂମିକା ବିଷୟରେ ସୂଚନା ଦେବୁ । ଏହା ସହିତ ସୁରଜୱାଲା କହିଛନ୍ତି ଯେ କଂଗ୍ରେସ ମଧ୍ୟ ମେ ୧୩-୧୪ ରେ ରାଜସ୍ଥାନର ଉଦୟପୁରରେ ‘ ନବସଙ୍କଳ୍ପ ଚିନ୍ତନ ଶିବୀର’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। ଏହି ଶିବିରରେ ୪୦୦ ପ୍ରତିନିଧୀ ଅଂଶଗ୍ରହଣ କରିବେ ।

ସୁରଜେୱାଲା କହିଛନ୍ତି- “ଦେଶର ପ୍ରାୟ ୪୦୦ କଂଗ୍ରେସ ନେତା ଏଥିରେ ଅଂଶଗ୍ରହଣ କରିବେ । ଯେଉଁଥିରେ ଆଗାମୀ ରଣନୀତି ଉପରେ ଆଲୋଚନା ହେବ ବୋଲି କହିଛନ୍ତି । ସେପଟେ ୧୦ ଜାନପାଥରେ ଆୟୋଜିତ ବୈଠକରେ କମିଟିର ସଦସ୍ୟ କେ.ସି ଭେନୁଗୋପାଲ, ଡିଜିଭାଇ ସିଂ, ଅମ୍ବିକା ସୋନି, ସୁରଜେୱାଲା, ଜୟରାମ ରମେଶ ଏବଂ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ପ୍ରଶାନ୍ତ କିଶୋରଙ୍କ କଂଗ୍ରେସରେ ପ୍ରବେଶକୁ ନେଇ କ’ଣ ନିଷ୍ପତ୍ତି ନିଆଯାଇଛି, ଏହାର ସୂଚନା ଏପର୍ୟ୍ୟନ୍ତ ଦିଆଯାଇ ନାହିଁ। ପ୍ରଶାନ୍ତ କିଶୋର ପାର୍ଟିରେ ଯୋଗଦେବେ କି ନାହିଁ ଏପର୍ଯ୍ୟନ୍ତ ତାହା ସନ୍ଦେହ ଘେରରେ ରହିଛି।

Related Posts