ବାଜିଲା ବିଗୁଲ୍‌, ମହାଲଢ଼େଇ ପାଇଁ ଫୋକସ୍‌ରେ ଓଡ଼ିଶା, ଆସୁଛନ୍ତି ମୋଦି ଓ ରାହୁଲ୍‌

ଟାର୍ଗେଟ୍‌ରେ ପୂର୍ବାଞ୍ଚଳ ରାଜ୍ୟ, ଆଉ ଫୋକସ୍‌ରେ ଓଡ଼ିଶା । ମିଶନ-୧୨୦କୁ ସଫଳ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କଠାରୁ ଆରମ୍ଭ ରାଜ୍ୟ ନେତାଙ୍କ ଜୋରଦାର କସରତ ବି ଆରମ୍ଭ ହୋଇଯାଇଛି ।

2019ର ମହାଲଢ଼େଇ ପାଇଁ ଏବେ ଫୋକସ୍‌ରେ ଓଡ଼ିଶା । 2019ର ସେମିଫାଇନାଲ୍‌ କୁହାଯାଉଥିବା 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ମାତ୍ରେ ଏବେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପ୍ରଥମ ଟାର୍ଗେଟ୍‌ ହେଉଛି ଓଡ଼ିଶା । ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଇଆଇଟି ଭୁବନେଶ୍ବରରେ ଏକ ସରକାରୀ କାର୍ଯ୍ୟକ୍ରମ ସହ ଖୋର୍ଦ୍ଧାରେ ଦଳୀୟ ସମାବେଶରେ ଉଦ୍‌ବୋଧନ ଦେବେ । ପୁଣି ଚଳିତ ମାସ ଶେଷ ସପ୍ତାହ ଆଡ଼କୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏଥିରୁ ସ୍ପଷ୍ଟ ହେଉଛି ଯେ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ସମରସଜ୍ଜା ।

ଟାର୍ଗେଟ୍‌ରେ ପୂର୍ବାଞ୍ଚଳ ରାଜ୍ୟ, ଆଉ ଫୋକସ୍‌ରେ ଓଡ଼ିଶା । ମିଶନ-୧୨୦କୁ ସଫଳ କରିବା ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବଙ୍କଠାରୁ ଆରମ୍ଭ ରାଜ୍ୟ ନେତାଙ୍କ ଜୋରଦାର କସରତ ବି ଆରମ୍ଭ ହୋଇଯାଇଛି । ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କ୍ରମରେ ଖୋର୍ଦ୍ଧାଠାରେ ବିଜେପି ଏକ ବିଶାଳ ଜନସମାବେଶର ଆୟୋଜନ କରୁଛି । ଯେଉଁଠି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ମୋଦି ।

ସମାବେଶରେ ଅନ୍ୟ ଦଳର କିଛି ହେଭିୱେଟ୍ ନେତା ବିଜେପିରେ ମିଶିବାର ସମ୍ଭାବନା ରହିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏକ ଜନପରାମର୍ଶ ପଦଯାତ୍ରାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଂପର୍କରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ ।

ଅନ୍ୟପଟେ ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦୁଇ ଦିନିଆ ଗସ୍ତରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାହୁଲ ଜନସମାବେଶ କରିବା କାର୍ଯ୍ୟକ୍ରମ ରହିଛି । କଂଗ୍ରେସ କହିଛି, ଓଡ଼ିଶାରେ ମୋଦିଙ୍କ ଜଲୱା କାମ କରିବନି । ସେପଟେ ବିଜେପି କହିଛି ରାହୁଲ ଗାନ୍ଧି ମୋଦିଙ୍କ ସହ ତୁଳନୀୟ ନୁହଁନ୍ତି ।

ସେପଟେ ରାଜ୍ୟ ବିଜେଡି କିନ୍ତୁ ଚିରାଚରିତ ଭାବେ ରଖିଛି ପ୍ରତିକ୍ରିୟା । ବିଜେଡି କହିଛି ମୋଦି ହୁଅନ୍ତୁ କି ରାହୁଲ, ଏମାନଙ୍କ ଗସ୍ତର ଓଡ଼ିଶା ରାଜନୀତିରେ କିଛି ପ୍ରଭାବ ପଡ଼ିବନି ।

Related Posts