ବାରାଣାସୀ ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ମୋଦି

ସତ୍ୟପାଠ ବ୍ୟୁରୋ : ଉତ୍ତର ପ୍ରଦେଶର ବାରାଣାସୀ ଲୋକସଭା ଆସନ ପାଇଁ ଆଜି ନରେନ୍ଦ୍ର ମୋଦି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବାହ୍ନ ସାଢ଼େ ୧୧ଯା ସମୟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ଏହା ପୂର୍ବରୁ ସେ ବୁଥ୍ ପ୍ରମୁଖ ଓ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେବା ସହ କାଳ ଭୈରବଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ନାମାଙ୍କନ ଭରିବା ପୂର୍ବରୁ ମୋଦି ଜିଲ୍ଲାପାଳଙ୍କ ଅଫିସରେ ଏକାଠି ହୋଇଥିବା ଏନଡିଏ ନେତାଙ୍କୁ ଦେଖା କରିଥିଲେ। ଶିରୋମଣି ଅକଳୀ ଦଳର ନେତା ପ୍ରକାଶ ସିଂହ ବାଦଲଙ୍କ ଗୋଡ଼ ଛୁଇଁ ପ୍ରଣାମ କରିଥିଲେ ପ୍ରଧାନମନ୍ତ୍ରୀ। ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଶିରୋମଣୀ ଅକାଳି ଦଳର ସଭାପତି ପ୍ରକାଶ ସିଂହ ବାଦଲ, ଲେକ ଜନଶକ୍ତି ପାର୍ଟିର ସଭାପତି ରାମବିଳାସ ପାଶଓ୍ୱାନ, ଜେଡିୟୁ ସଭାପତି ନୀତୀଶ କୁମାର, ଏଆଇଡିଏମକିର ସଂଯୋଜକ ପନ୍ନିର ସେଲଭମ, ଉତ୍ତର ପୂର୍ବ ରାଜ୍ୟର ସହଯୋଗୀ ଦଳର ନେତା ପ୍ରମୁଖ ସାମିଲ ଥିଲେ। ବିଜେପିରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହି ସମୟରେ ସାମିଲ ଥିଲେ। ବାରଣାସୀରେ ମେ ୧୯ ତାରିଖରେ ସପ୍ତମ ପର‌୍ୟ୍ୟାୟରେ ମତଦାନ ହେବ। କଂଗ୍ରେସରୁ ଅଜୟ ରାୟ ଏବଂ ଏସପି-ବିଏସପି ମେଣ୍ଟରୁ ଶାଳିନୀ ଯାଦବ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି।

Related Posts