ଇଟାଲୀରେ ଡେଷ୍ଟିନେସନ୍‌ ୱେଡିଂ, ପରିବାର ସହ ଗଲେ ରଣବୀର ଓ ଦୀପିକା

ଆଉ କିଛି ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଚର୍ଚ୍ଚିତ ଯୋଜଡି ରଣବୀର ସିଂ ଓ ଦୀପିକା ପାଦୁକୋନ । ଇଟାଲୀରେ ଡେଷ୍ଟିନେସନ୍‌ ୱେଡିଂ କରିବେ ରାମ-ଲୀଲା । ବିବାହ ଲାଗି ଉଭୟ ଇଟାଲୀ ଯାତ୍ରା କରିଛନ୍ତି । ନଭେମ୍ବର ୧୪ ଓ ୧୫ ତାରିଖରେ ବିବାହ ଅନୁଷ୍ଠିତ ହେବ । ନିଜ ନିଜ ପରିବାର ସହିତ ମୁମ୍ବାଇ ବିମାନ ବନ୍ଦରରୁ ଇଟାଲୀ ଯାଇଛନ୍ତି ରଣବୀର ଓ ଦୀପିକା । ରଣବୀର ଓ ଦୀପିକା ଗୋଟିଏ କାରରେ ଏକାଠି ଆସି ପହଞ୍ଚିଥିଲେ ବିମାନ ବନ୍ଦରରେ । ରଣବୀର ସିଂହ କ୍ୟାମେରା ପାଇଁ ପୋଜ୍‌ ଦେଉଥିବା ବେଳେ ଦୀପିକା ପାଦୁକୋନ୍‌ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ କରିଥିଲେ । ଇଟାଲୀର ପର୍ଯ୍ୟଟନ ସ୍ଥଳୀ କୋମୋରେ ରଣବୀର ଓ ଦୀପିକାଙ୍କର ବାହାଘର ହେବ । ବିବାହ ଉତ୍ସବରେ ସାମିଲ ହେବେ ଅଭିନେତା ଅର୍ଜୁନ କପୁର, ନିର୍ମାତା ତଥା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲି ଓ କରଣ ଜୋହର୍‌।

Related Posts