ଗୋଟାବାୟାଙ୍କ ଭଳି ସମାନ ପରିସ୍ଥିତି ର ସାମ୍ନା କରିବେ ମୋଦି : ତୃଣମୂଳ କଂଗ୍ରେସ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ତୃଣମୂଳ କଂଗ୍ରେସ ର ବିଧାୟକ ଇଦ୍ରିସ ଅଲ୍ଲୀ ରବିବାର ଏକ ବିବୃତି ଦେଇ କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ରାଜପକ୍ଷା ଗୋଟାବାୟା ଙ୍କ ଭଳି ସମାନ ପରିସ୍ଥିତି ର ସାମ୍ନା କରିବେ ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଅନୁସାରେ ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ପାଇଁ ଜୋରଦାର ବିରୋଧ ଭିତରେ କିଛି ବିଖ୍ୟୋପକାରି ତାଙ୍କ ବାସଭବନ ରେ ପଶିବାକୁ ଉଦ୍ୟମ କରିଥିଲେ ଏହି ଖବର ପାଇ ଗୋଟାବାୟା ସେଠାରୁ ପଳାୟନ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସମାନ ପରିସ୍ଥିତି ର ସାମ୍ନା କରିବେ ବୋଲି ଅଲ୍ଲୀ କହିଛନ୍ତି।

ଅଲ୍ଲୀ ଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳ ମମତା ବାନାର୍ଜୀ ଙ୍କୁ ସେଳଧା ମେଟ୍ରୋ ଷ୍ଟେସନ ର ଉଦ୍ଘାଟନ ପାଇଁ ନିମନ୍ତ୍ରଣ କରାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ଉଦ୍ଘାଟନରେ ମୁଖ୍ୟଅତିଥି ଅଛନ୍ତି। ଅଲ୍ଲୀ କହିଛନ୍ତି ମମତା ରେଳମନ୍ତ୍ରୀ ଥିବା ସମୟ ରେ ଏହି ଷ୍ଟେସନ ର କାମ ଆରମ୍ଭ କରିଥିଲେ ହେଲେ ଏହାର ଉଦ୍ଘାଟନରେ ମମତା କିମ୍ବା ରାଜ୍ୟ ସରକାର ରୁ କାହାକୁ ସାମିଲ ନକରିବା ଦୁର୍ଭାଗ୍ୟଜନକ। ତେବେ ଏହି ଘଟଣା କୁ ତୃଣମୂଳ କଂଗ୍ରେସ ପାର୍ଟି ତରଫ ରୁ ନାପସନ୍ଦ କରାଯାଇଛି।

Related Posts