ମନିଟାରୀ ପଲିସି : ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆର୍ଥିକ ନୀତିକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ବଡ଼ ଘୋଷଣା । ରୋପୋ ରେଟ୍ ଏବଂ ରିଭର୍ସ ରେପୋ ରେଟ ଅପରିବର୍ତ୍ତିତ ରଖିବାକୁ ମନିଟାରୀ ପଲିସି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ରେପୋରେଟ୍ ୪ପ୍ରତିଶତ ଓ ରିଭର୍ସ ରେପୋରେଟ୍‌ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି RBI ।

ସେହିପରି ୨୦୨୧-୨୨ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୯.୫% ଟାର୍ଗେଟ ରଖାଯାଇଛି । ଏବଂ କନଜ୍ୟୁମର ପ୍ରାଇସ ଇନଡେକ୍ସ (ସିପିଆଇ) ମୁଦ୍ରାସ୍ପୀତି ୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି ଆରବିଆଇ। ଦ୍ୱିତୀୟ ତ୍ରୟମାସରେ ୫.୯ ପ୍ରତିଶତ, ତୃତୀୟ ତ୍ରୟ ମାସରେ ୫.୮ ପ୍ରତିଶତ ଏବଂ ଚତୁର୍ଥ ତ୍ରୟମାସରେ ଏହା ୫.୮ ପ୍ରତିଶତ ରହିବ ବୋଲି ସେ ଆକଳନ କରିଛନ୍ତି।

ଦରଦାମ ନିୟନ୍ତ୍ରଣ ପାଇଁ ସରକାର ଚାହିଦା ଏବଂ ଯୋଗାଣ ଉପରେ ସନ୍ତୁଳନ ରକ୍ଷା କରିବା ଦରକାର ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। କରୋନାର ଦ୍ୱିତୀୟ ଲହର ଯଦିଓ କ୍ରମଶଃ ଦୁର୍ବଳ ହେଉଛି ହେଲେ ତୃତୀୟ ଲହରର ଆଶଙ୍କା ରହିଛି। ଏହାରି ଭିତରେ କିନ୍ତୁ ଜୁନ ପାଖରୁ ଅନେକ ଇକୋନମିକ କରୋଡିର ଖୋଲିଛି। ଏବେ ମଧ୍ୟ ଅନେକ ସଂସ୍ଥା ଖୋଲୁଛି। ତେଣୁ ଆଗାମୀ ଦିନରେ ଅର୍ଥନୀତିକୁ ଗତି ମିଳିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ଦାସ କହିଛନ୍ତି ଯେ, କରୋନା ପାଇଁ ଅଭିବୃଦ୍ଧିରେ ମାନ୍ଦାବସ୍ଥା ଦେଖାଦେଇଛି। ତେଣୁ ଏଥିରୁ ମୁକୁଳିବା ପାଇଁ ଆରବିଆଇ ସୁଧ ହାର ବଢ଼ାଇ ଲୋକଙ୍କ ଉପରେ ବୋଝ ନଲଦିବା ଦରକାର ବୋଲି ଆର୍ଥିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ମୁଖ୍ୟତଃ ଅଭିବୃଦ୍ଧି ହାର ସ୍ଥିର ନହେବା ଯାଏ ରେପୋ ରେଟକୁ ଅପରିବର୍ତ୍ତିତ ରଖିବା ଠିକ୍ ହେବ ବୋଲି ଏକ୍ସପୋର୍ଟ କୁହନ୍ତି।

Related Posts